ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର, ରାଜ୍ୟ ସରକାରଙ୍କ ସୁପାରିସ ଉପରେ ରାଷ୍ଟ୍ରପତିଙ୍କ ମୋହର
ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ମିଳିବ ବାଧ୍ୟତାମୂଳକ ଅବସର । ରାଜ୍ୟ ସରକାରଙ୍କ ସୁପାରିସ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ଭୁବନେଶ୍ୱର: ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ମିଳିବ ବାଧ୍ୟତାମୂଳକ ଅବସର । ରାଜ୍ୟ ସରକାରଙ୍କ ସୁପାରିସ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

୧୯୮୭ ବ୍ୟାଚ ଓଡ଼ିଶା କ୍ୟାଡରର ଆଇଏଫଏସ୍ ଅଫିସର ହେଉଛନ୍ତି ଅଭୟକାନ୍ତ ପାଠକ । ଯାହାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି । ଅଭୟକାନ୍ତ ନିଜ ପଦବୀର ଅପବ୍ୟବହାର କରି ଦୁର୍ନୀତିରେ ଲିପ୍ତ ଥିବା ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ ମାମଲା ରୁଜ୍ଜ ହୋଇଥିଲା । ପାଠକଙ୍କୁ ଚାକିରିରୁ ନିଲମ୍ବିତ କରିବା ସହିତ ତାଙ୍କୁ ବାଧ୍ୟତାମୁଳକ ଅବସର ପ୍ରଦାନ ପାଇଁ ରାଜ୍ୟ ସରକାର ସୁପାରିସ କରିଥିଲେ ।
ସୂଚନାଯୋଗ୍ୟ ଯେ, ଓଡ଼ିଶା ଭିଜିଲାନ୍ସ ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ ହେବା ପରେ ଜେଲରେ ଅଛନ୍ତି । ଅଭୟକାନ୍ତ ନିଜ କଳା ଟଙ୍କାକୁ ପୁଅ ବ୍ୟାଙ୍କ୍ ଆକାଉଣ୍ଟରେ ଡିପୋଜିଟ୍ କରୁଥିଲେ । ଏହା ସହ ପୁଅ ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମଡି ଭାବେ ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ ।












Click it and Unblock the Notifications