ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ରାଷ୍ଟ୍ରପତି
ଭୁବନେଶ୍ବର: ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଐତିହାସିକ ଓଡ଼ିଶା ଗସ୍ତ ଆଜି ଠାରୁ ଆରମ୍ଭ ହୋଇଯାଇଛି। ମହାମହିମ ଶ୍ରୀମତୀ ମୁର୍ମୁ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଅପରାହ୍ଣ ସାଢ଼େ ୪ଟାରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିଲା ପରେ ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁଙ୍କ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିମ ମନୋଜ ଆହୁଜା, ଭୁବନେଶ୍ବର ମେୟର ସୁଲୋଚନା ଦାସ ସ୍ବାଗତ କରିଥିଲେ।
ରାଜଧାନୀରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କଲେ ରାଷ୍ଟ୍ରପତି , ଅଲ୍ଚିକ୍ ଭାଷାର ଶ୍ରଷ୍ଠା ହେଉଛନ୍ତି ପଣ୍ଡିତ ରଘୁନାଥ ମୁର୍ମୁ। ଆଜି ତାଙ୍କ ପ୍ରତିମୂର୍ତ୍ତି ରାଜଧାନୀ ଭୁବନେଶ୍ୱରେ ଲୋକାର୍ପିତ ହୋଇଛି। ମହାମହୀମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ କରିଛନ୍ତି।

ପୂଜାର୍ଚ୍ଚନା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଲୋକାର୍ପଣ କରିଥିଲେ। ପ୍ରତିମୂର୍ତ୍ତି ଲୋକାର୍ପଣ ସମୟରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ଥିଲେ। ତା' ପରେ ରାଷ୍ଟ୍ରପତି ନିକଟସ୍ଥ ପାର୍କ ବୁଲି ଦେଖିଥିଲେ। ଆଉ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହିତ କଥା ହୋଇଥିଲେ। ପ୍ରତିମୂର୍ତ୍ତି ଲୋକାର୍ପଣ ପରେ ରାଷ୍ଟ୍ରପତି ରାଜ ଭବନ ଅଭିମୁଖେ ଫେରିଛନ୍ତି।












Click it and Unblock the Notifications