ମୟୂରଭଞ୍ଜ ବାସୀଙ୍କୁ ବଡ ଉପହାର ଦେଲେ ରାଷ୍ଟ୍ରପତି ; ୩ ରେଳ ପ୍ରକଳ୍ପର କଲେ ଭିତିପ୍ରସ୍ତର ସ୍ଥାପନ
ମୟୂରଭଞ୍ଜ ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଡ଼ାମରା-ନ୍ୟୁଜାମଶୋଳା ପ୍ରକଳ୍ପ-ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଲାଇନ୍ ଆଦିବାସୀ ବହୁଳ ମୟୂରଭଞ୍ଜ ଓ କେନ୍ଦୁଝର ଜିଲାକୁ ସଂଯୋଗ କରିବ। ଯାହା ଖଣିବହୁଳ ଅନୁନ୍ନତ ଅଞ୍ଚଳରେ ଶିଳ୍ପ, ପର୍ଯ୍ୟଟନର ଅଭିବୃଦ୍ଧି ଘଟାଇବ।

୫ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଶୁକ୍ରବାର ନିଜ ଜନ୍ମମାଟି ରାଇରଙ୍ଗପୁର ଯାଇଥିଲେ। ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ନିଜ ଜନ୍ମମାଟିର ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏପରିକି ସେମାନେ ନିଜ ଗାଁର ଝିଅ ତଥା ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ଘର ଆଗରେ ଝୋଟି ଚିତା ପକାଇଥିଲେ।
ରାଷ୍ଟ୍ରପତି ରାଇରଙ୍ଗପୁର ଉପରବେଡ଼ା ଉପ୍ରା ବିଦ୍ୟାଳୟରେ ପହଞ୍ଚି ତାଙ୍କ ଅଭିଭାଷଣରେ ପିଲାଙ୍କୁ ମନ ଦେଇ ପାଠ ପଢ଼ିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ, ପାଠ କେବଳ ଚାକିରି ପାଇଁ ନୁହେଁ, ଶିକ୍ଷିତ ହେବା ପାଇଁ ପଢ଼ାର ଆବଶ୍ୟକ। ସମାଜରେ ବଡ଼ ହେବାକୁ ହେଲେ, ନିଜ ନାଁକୁ ବଢ଼ାଇବାକୁ ପଡ଼େ। ଏବେ ପାଠପଢ଼ା ପାଇଁ ବହୁତ ସୁବିଧା ହେଲାଣି, ସହଯୋଗ ମିଳୁଛି। ଏକତ୍ରିତ ହୋଇ ରହିଲେ ସବୁ ସମସ୍ୟାର ସମାଧାନ ମିଳେ। ପିଲା ନ ଆସିଲେ କାରଣ କ'ଣ ବୁଝିବାକୁ ଶିକ୍ଷକ ଯାଆନ୍ତୁ ବୋଲି ରାଷ୍ଟ୍ରପତି ସୁପରାମର୍ଶ ଦେଇଥିଲେ।












Click it and Unblock the Notifications