ରାଷ୍ଟ୍ରପତି ନିର୍ବାଚନ: କିଛି ସମୟ ପରେ ଫଳାଫଳ, ମାଟିର ଝିଅଙ୍କ ପାଇଁ ସାରା ରାଜ୍ୟରେ ସେଲିବ୍ରେସନ ମୁଡ୍
ଆଉ ନିର୍ବାଚନ ଫଳାଫଳକୁ ନେଇ ସାରା ରାଜ୍ୟରେ ସେଲିବ୍ରେସନ ମୁଡ୍ । କାରଣ ଭାରତ ଦେଶର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି ଜଣେ ଓଡିଆ ଝିଅ । ଯାହା ପ୍ରତିଟି ଓଡିଆ ପାଇଁ ଗର୍ବ ଓ ଗୌରବର କଥା । ଛାତି ଏବେ ଖୁଣ୍ଡେ ମୋଟ୍ ।
ଭୁବନେଶ୍ୱର: ଆଉ କେଇସା ସମୟର ଅପେକ୍ଷା । ବାହାରିବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ । ଆଉ ନିର୍ବାଚନ ଫଳାଫଳକୁ ନେଇ ସାରା ରାଜ୍ୟରେ ସେଲିବ୍ରେସନ ମୁଡ୍ । କାରଣ ଭାରତ ଦେଶର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି ଜଣେ ଓଡିଆ ଝିଅ । ଯାହା ପ୍ରତିଟି ଓଡିଆ ପାଇଁ ଗର୍ବ ଓ ଗୌରବର କଥା । ଛାତି ଏବେ ଖୁଣ୍ଡେ ମୋଟ୍ ।

ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କରିବାକୁ ଯାଉଛନ୍ତି ମାଟିର ଝିଅ ଦୌପଦୀ ମୁର୍ମୁ । ପ୍ରଥମ ରାଉଣ୍ଡ ଫଳାଫଳ ଆସି ସାରିଥିବା ବେଳେ ଆଗରେ ଦ୍ରୌପଦୀ ମୁର୍ମୁ । ଶ୍ରୀମତି ମୁର୍ମୁଙ୍କୁ ମିଳିଛି ୫୪୦ ଭୋଟ ଓ ଯଶୱନ୍ତ ସିହ୍ନାଙ୍କୁ ପ୍ରଥମ ରାଉଣ୍ଡରେ ମିଳିଛି ମାତ୍ର ୨୦୮ ଭୋଟ । ତେଣୁ ଶ୍ରୀମତି ମୁର୍ମୁଙ୍କୁ ବିଜୟ ପ୍ରାୟ ଏକ ପ୍ରକାର ପକ୍କା ହୋଇ ସାରିଥିବା କୁହାଯାଉଛି । ଯାହାକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି ସାରା ରାଜ୍ୟ ।
ରାଇସିନା ଯିବେ ରାଇରଙ୍ଗପୁରର ଝିଅ । ଗାଁରେ ଉତ୍ସବର ମାହୋଲ । ବିଜୟ ଉତ୍ସବର ପ୍ରସ୍ତୁତି ସ୍ୱରୂପ ରାଇରଙ୍ଗପୁର ଧର୍ମଶାଳରେ ତିଆରି ଚାଲିଛି ମିଠା, ପିଠା । ୧୦ ହଜାର ବୁନ୍ଦି ଲଡୁ ଧର୍ମଶାଳାରେ ତିଆରି କରାଯାଉଛି। ଯେଉଁଥିରେ ଲାଗିଛନ୍ତି ୨୦ ଜଣ କାରିଗର। ଫଳାଫଳ ଘୋଷଣା ହେବ ପରେ ରାଇରଙ୍ଗପୁର ସହରରେ ବଣ୍ଟା ହେବ ବୁନ୍ଦି ଲଡୁ।
ସେପଟେ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆଗୁଆ ଚାଲିଛି ସେଲିବ୍ରେସନ । ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ଓ ୟୁନିଟ ୨ ବାଳିକା ଉଚ୍ଚବିଦ୍ୟାଳୟରେ ଉତ୍ସବ ପାଇଁ ଚାଲିଛି ପ୍ରସ୍ତୁତି । ସେହିପରି ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚିଲେଣି ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ ତାଙ୍କ ସାଥି ।
ସେପଟେ ବିଜେପି ଶିବିରରେ ମଧ୍ୟ ଖୁସିର ମାହୋଲ । ଆଦିବାସୀ ବାଜାରେ ନାଚିଲେଣି ଶ୍ରୀତମ, ଗିନି ବଜାଇଲେ ପିଙ୍କି ପ୍ରଧାନ । ବିଜେପି ପାର୍ଟି ଅଫିସ ଆଗରେ ଉତ୍ସବର ମାହୋଲ । ଖୁବଶୀଘ୍ର ଦେଶର ୧୫ତମ ରାଷ୍ଟ୍ରପତିଙ୍କ ନାମ ଘୋଷଣା ହେବାକୁ ଯାଉଛି । ଭାରତ ଏକ ନୂଆ ଇତିହାସ ଲେଖିବାକୁ ଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ମାଟିର ଝିଅଙ୍କୁ ଶୁଭେଚ୍ଛା ଜଣାଇବାକୁ ଅପେକ୍ଷା କରିଛନ୍ତି କୁନିକୁନି ପିଲା ।












Click it and Unblock the Notifications