ଆସନ୍ତା ୨୯ରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ମା’ କିଚକେଶ୍ୱରୀଙ୍କୁ କରିବେ ଦର୍ଶନ
କରଞ୍ଜିଆ: ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ଫେବୃଆରୀ ୨୯ ତାରିଖରେ ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୯ ତାରିଖରେ ଖିଚିଂ ଠାରେ ଥିବା ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' କିଚକେଶ୍ୱରୀ ଠାକୁରାଣୀଙ୍କୁ ଦର୍ଶନ କରିବେ ମହାମହିମ ରାଷ୍ଟ୍ରପତି । ଖିଚିଂ ମନ୍ଦିର କାର୍ଯ୍ୟାଳୟକୁ ରାଷ୍ଟ୍ରପତି ଭବନରୁ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ ମହାମହିମ ଆସନ୍ତା ୨୯ ତାରିଖରେ ପୂର୍ବାହ୍ମରେ ଅଧଘଣ୍ଟା ପର୍ଯ୍ୟନ୍ତ ଐତିହାସିକ ଖିଞ୍ଚି ମନ୍ଦିର ପରିସରରେ ରହିବେ । ଏହି ଅବସରରେ ସେ ମା' କିଚକେଶ୍ବରୀଙ୍କୁ ଦର୍ଶନ ଓ ଆରତୀ କରିବେ । ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଖିଞ୍ଚି ମନ୍ଦିର କମିଟି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ଗତ ଗସ୍ତ ସମୟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବାଦାମପାହାଡରେ ରେଳ ମନ୍ତ୍ରଣାଳୟ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଥିଲେ ।












Click it and Unblock the Notifications