ଆଉ ଦିନକ ପରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ମୁତୟନ ହେବେ ୪୦ ପ୍ଲାଟୁନ୍ ପୋଲିସ
ଆଉ ଦିନକ ପରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବ୍ଲୁ ବୁକ ଅନୁଯାୟୀ ହୋଇଛି ସୁରକ୍ଷା ବ୍ୟବସ୍ଥା । ୨ଶହରୁ ଅଧିକ ଅଫିସରଙ୍କ ସହ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ ।

ଭୁବନେଶ୍ୱର: ଆଉ ଦିନକ ପରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଚଳିତ ମାସ ୧୦ ତାରିଖରେ ଭୁବନେଶ୍ୱରରେ ପହଁଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ସୂଚନା ଅନୁସାରେ, ଶୁକ୍ରବାର ୧୧.୪୫ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବେ ।
ବ୍ଲୁ ବୁକ ଅନୁଯାୟୀ ହୋଇଛି ସୁରକ୍ଷା ବ୍ୟବସ୍ଥା । ଭୁବନେଶ୍ୱର ଏୟାରପୋର୍ଟରୁ ଆରମ୍ଭ କରି ଉତ୍କଳ ମଣ୍ଡପ ଓ ରମାଦେବୀ ବିଶ୍ୱବିଦ୍ୟାଳୟ କଡ଼ା ସୁରକ୍ଷା ବଳୟରେ ରହିବ । ୨ଶହରୁ ଅଧିକ ଅଫିସରଙ୍କ ସହ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ । ଆସନ୍ତା କାଲି ଅର୍ଥାତ୍ ଗୁରୁବାର ଦିନ କାରକେଡ୍ ରିହର୍ସାଲ କରାଯିବ ।
ସୂଚନା ଅନୁସାରେ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରୀଙ୍କୁ ପିଏଚଡ୍ଡି ଡିଗ୍ରୀ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ୧୧ରେ ଲିଙ୍ଗରାଜଙ୍କ ଦର୍ଶନ କରି କଟକ ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଇଣ୍ଡିଆନ ରାଇସ କଂଗ୍ରେସକୁ ରାଷ୍ଟ୍ରପତି ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications