ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସକାଳ ୧୧ ଟା ୧୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ ରାଷ୍ଟ୍ରପତି । ସେଠୁ ରାଜଧାନୀ ଉତ୍କଳ ମଣ୍ତପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଭୁବନେଶ୍ୱର:ଆଜି ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ସକାଳ ୧୧ ଟା ୧୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ ରାଷ୍ଟ୍ରପତି । ସେଠୁ ରାଜଧାନୀ ଉତ୍କଳ ମଣ୍ତପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ । ଅପରାହ୍ନ ୧ଟା ୫ ମନିଟରେ ରାଜଭବନରେ ଭୋଜନ କରିବେ ରାଷ୍ଟ୍ରପତି । ଏହାପରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ମହାମହିମ । ଏହି ସମୟରେ ରମାଦେବୀ ୟୁନିଭର୍ସିଟିର ଛାତ୍ରୀଙ୍କ ସହ ନିଜ ସହପାଠିନୀଙ୍କୁ ମଧ୍ୟ ଭେଟିବେ ରାଷ୍ଟ୍ରପତି ।
ସେହିପରି ଆସନ୍ତକାଲି ଅର୍ଥାତ୍ ଶନିବାର ସକାଳେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ ପରେ କଟକ ନ୍ୟାସନାଲ୍ ରାଇସ୍ ରିସର୍ଚ୍ଚ ସେଣ୍ଟର ଇନଷ୍ଟିଚ୍ୟୁଟରେ ଦ୍ୱିତୀୟ ଇଣ୍ତିଆ କଂଗ୍ରେସରେ ଯୋଗ ଦେବା ପାଇଁ ହେଲିକପ୍ଟରରେ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକରେ କାର୍ଯ୍ୟକ୍ରମ ଶେଷ ହେବା ପରେ ହେଲିକପ୍ଟର୍ ଯୋଗେ କଟକରୁ ବାହାରି ଅପରାହ୍ଣ ୧୨.୪୫ରେ ଭୁବନେଶ୍ୱର ବିମାନ ବନ୍ଦର ପହଞ୍ଚିବେ । ସେଠାରେ ଭାରତୀୟ ବାୟୁସେନାର ବିବିଜେ ବିମାନ ଯୋଗେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ତେବେ ବିମାନ ଭିତରେ ହିଁ ରାଷ୍ଟ୍ରପତିଙ୍କ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଛି ।
ସୁରକ୍ଷା ପାଇଁ ସଜାଗ ରହିଛି ପୋଲିସ୍
ଡିସିପି ପ୍ରତୀକ ସିଂଙ୍କ ସୂଚନା ଅନୁସାରେ, 'ବ୍ଲୁ ବୁକ୍ ଏସଓପି ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି କଟକ ଏବଂ ଭୁବନେଶ୍ୱରରେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ । ରାଷ୍ଟ୍ରପତିଙ୍କ କାରକେଡ ଦାୟିତ୍ୱରେ ରହିବେ ଏସପି ରାଙ୍କ ଅଧିକାରୀ । ଅନ୍ୟପଟେ ରାଜଭବନରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୩୫ ଜଣ ଏସିପି ରାଙ୍କ ଅଧିକାରୀ ଓ ୪୭ ଇନ୍ସପେକ୍ଟର ମୁତୟନ ରହିବେ । ସେହିପରି ୧୮୮ ଏସଆଇ ଓ ଏଏସଆଇଙ୍କ ସହ ୫୦ ହୋମଗାର୍ଡ ରହିବେ ।'
ସୂଚନା ଥାଉ ଯେ, ଶୁକ୍ରବାର ଅର୍ଥାତ୍ ଆଜି ସକାଳ ୯ଟାରେ ରାଷ୍ଟ୍ରପତି ଭବନରୁ ବାହାରି ପାଲାମ ବିମାନ ବନ୍ଦରରୁ ଭାରତୀୟ ବାୟୁସେନା ବିମାନ ଯୋଗେ ଆସି ରାଷ୍ଟ୍ରପତି ପୂର୍ବାହ୍ନ ୧୧.୧୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବେ । ସେହିଠାରୁ ଉତ୍କଳ ମଣ୍ଡପଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗ ଦାନ କରିବେ ।












Click it and Unblock the Notifications