ଖଣ୍ଡଗିରି ଓ ଉଦୟଗିରି ବୁଲି ଦେଖିଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅତ୍ୟନ୍ତ ଆଗ୍ରହର ସହ ଖଣ୍ଡଗିରିରେ ଥିବା ଉଦୟଗିରି କୀର୍ତ୍ତିରାଜି ପରିଦର୍ଶନ କରିଛନ୍ତି । ଉଦୟଗିରିର ରାଣୀ ଗୁମ୍ଫା ପରିଭ୍ରମଣ କରିଥିଲେ ମହାମହିମ । ରାଣୀ ଗୁମ୍ଫାର ଉପର ମହଲା ଏବଂ ତଳ ମହଲା ବୁଲି ଦେଖିବା ସହ ରାଣୀ ଗୁମ୍ଫାର କଳା କୀର୍ତ୍ତି ସବୁ ଅବଲୋକନ କରିଛନ୍ତି । ଚାଲି ଚାଲି ବୁଲିଲେ ରାଣୀ ଗୁମ୍ଫା ।

ହାତୀ ଗୁମ୍ଫା ଶିଳାଲେଖା ନେଇ ଏଏସଆଇ ଅଧିକାରୀଙ୍କଠାରୁ ପଚାରି ବୁଝିଲେ । ଏହାପରେ ଖଣ୍ଡଗିରି ପାଦଦେଶରେ ବି. କେ. କଲେଜ ଅଫ ଆର୍ଟ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ଛାତ୍ରଛାତ୍ରୀମାନେ ଆଙ୍କିଥିବା ଫଟୋ ଚିତ୍ର ଉପହାର ରୂପେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ ।

President Droupadi Murmu

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଥଯାତ୍ରା ଲାଗି ରବିବାର ପୁରୀ ଗସ୍ତ କରିଥିଲେ । ସେଠାରେ ରାତିରେ ରହିବା ପରେ ସେ ସୋମବାର ଭୁବନେଶ୍ୱର ଫେରିଥିଲେ । ଏହାପରେ ସେ ଖଣ୍ଡଗିରି ଓ ଉଦୟଗିରି ପରଦର୍ଶନ ପାଇଁ ଯାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+