ମା’ କଟକ ଚଣ୍ଡୀଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକର ଅଧିଷ୍ଠାତ୍ରୀ ଦେବୀ ମା' ଚଣ୍ଡୀଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କଟକ ଚଣ୍ଡି ମନ୍ଦିରରେ ପହଞ୍ଚି ମା'ଙ୍କ ପୂଜାର୍ଚ୍ଚନା କରିଛନ୍ତି ରାଷ୍ଟ୍ରପତି ।

ରାଷ୍ଟ୍ରପତିଙ୍କୁ ପାଖରୁ ଦେଖିବା ପାଇଁ ପ୍ରବଳ ଭିଡ଼। ଲୋକେ ମହାମହିମ ରାଷ୍ଟ୍ରପତିଙ୍କ ଟିକେ ଝଲକ ପାଇବାକୁ ସକାଳୁ ଆସିଛନ୍ତି। ଆମ ଓଡ଼ିଆ ଝିଅ ଦେଶର ରାଷ୍ଟ୍ରପତି ବୋଲି ଲୋକେ ଗର୍ବିତ।

କଟକ ଅଭିମୁଖେ ସଡକ ପଥରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜଭବନରୁ ରାଷ୍ଟ୍ରପତିଙ୍କ କାରକେଡ୍‌ ବାହାରିଥିଲା। ସଡ଼କ ପଥରେ ଯାଉଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ପୂର୍ବରୁ ହେଲିକପ୍ଟରରେ କଟକ ଗସ୍ତ ଧାର୍ଯ୍ୟ ହୋଇଥିଲା। ତେବେ ପୁଣି ସଡକ ପଥରେ ଯିବାର ନିଷ୍ପତ୍ତି ହୋଇଥିଲା।

president_murmu

୮ ଘଣ୍ଟା ଧରି କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେଠାରୁ ଶୈଳବାଳା ମହିଳା ସ୍ୱଂୟଶାସିତ ମହା ବିଦ୍ୟାଳୟକୁ ଯିବେ ମହାମହିମ । ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।

ପରେ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ସଂଗ୍ରାହଳୟ ଯିବେ । ସେଠାରେ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହା ସହ ସଂଗ୍ରାହଳୟର ବିଭିନ୍ନ ଗ୍ୟାଲେରି ବୁଲି ଦେଖିବେ ରାଷ୍ଟ୍ରପତି ।

ଏହାପରେ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଓଡିଶା ହାଇକୋର୍ଟର ୭୫ ତମ ପ୍ରତିଷ୍ଠା ସମାରୋହର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+