ଆଜି ପୁରୀ ଗସ୍ତରେ ଯିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ
Odisha News: ଆଜି ପୁରୀ ଗସ୍ତରେ ଯିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ପୁରୀରେ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିବେ । ପରେ ଗୋପବନ୍ଧୁ ଆୟାର୍ବେଦ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବରେ ଯୋଗଦେବେ । ଏହାପରେ କିଛି ସମୟ ରାମଭବନରେ ବିଶ୍ରାମ ନେବା ପରେ ଅପରାହ୍ନରେ ନୌସେନା ଦିବସ ସମାରୋହରେ ଯୋଗ ଦେଇ ବ୍ଲୁ ଫ୍ଲାଗ୍ ବିଚରେ ନୌସେନାର ସମରାଭ୍ୟାସ ଦେଖିବେ । ମହାମହିମଙ୍କ ପୁରୀ ଗସ୍ତ ନେଇ ଆଜି ସମସ୍ତ ସ୍ତୁଲ ଛୁଟି ରହିବ ।

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ଏବଂ ନୌସେନା ଦିବସ ପାଳନ ପାଇଁ ପ୍ରଶାସନ ପକ୍ଷରୁ କଟକଣା । ପୁରୀ ପୌରପାଳିକାର ସମସ୍ତ ସରକାରୀ, ବେସରକାରୀ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବ । ଏଥି ସହିତ ନିକଟବର୍ତ୍ତୀ ମଦର୍ସ ପବ୍ଲିକ ସ୍କୁଲ, ପ୍ରଭୁଶ୍ରୀ ଇଂଲିଶ ମିଡିଅମ୍ ସ୍କୁଲ, ଚନ୍ଦ୍ରଶେଖର ଏକାଡେମୀ, ସେଣ୍ଟ ଜାଭିଅର ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟ ଆଜି ବନ୍ଦ ରହିବ ।
ହେଲେ NCERT ଦ୍ଵାରା ପରିଚାଳିତ PARAKH ରାଷ୍ଟ୍ରୀୟ ସର୍ବେକ୍ଷଣ ୨୦୨୪ ଜାତୀୟ ସ୍ତରର ପରୀକ୍ଷା ହୋଇଥିବାରୁ ଏହି ପରୀକ୍ଷାଟି ପୁରୀ ପୌରପାଳିକା ଅନ୍ତର୍ଗତ ପରୀକ୍ଷା କେନ୍ଦ୍ରରେ ଓ ପ୍ରଭୁଶ୍ରୀ ଇଂରାଜୀ ମିଡ଼ିୟମ ସ୍କୁଲରେ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଅନୁଷ୍ଠିତ ହେବ ।












Click it and Unblock the Notifications