ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ବ୍ଲୁ ବୁକ୍‌‌ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର : ଆଜିଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ମୁର୍ମୁଙ୍କୁ ଭବ୍ୟ ସ୍ବାଗତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି । ସୁରକ୍ଷା ବ୍ୟବସ୍ଥା ବି କଡ଼ାକଡ଼ି ହୋଇଛି।

ବିମାନବନ୍ଦର, ରାଜଭବନ, କଟକ ଓ ଭୁବନେଶ୍ୱରରେ ହେବାକୁ ଥିବା କାର୍ଯ୍ୟକ୍ରମ ସ୍ଥଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି ହୋଇଛି । କାର୍‌‌କେଡ୍‌‌, ପାର୍କିଂ, ଟ୍ରାଫିକ ବ୍ୟବସ୍ଥା, ରୁଟ୍‌‌ଲାଇନ୍‌‌ ଉପରେ ପ୍ରାଧାନ୍ୟ ଦିଆଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ୩୬ ପ୍ଲାଟୁନ ପୁଲିସ ଫୋର୍ସ ଓ ୧୯୭ଜଣ ଅଧିକାରୀ ପୂରା ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ। ଏଥିସହ ୧୨ଜଣ ଅତିରିକ୍ତ ଡିସିପି, ୨୫ ଏସିପି, ୪୦ ଇନ୍‌‌ସ୍ପେକ୍ଟର, ୧୨୦ ସବଇନ୍ସପେକ୍ଟର/ଏଏସ୍‌‌ଆଇ ମୁତୟନ ହେବେ ।

୧୬୦ ଟ୍ରାଫିକ ପୁଲିସ, ୧୫୦ ହୋମ୍‌‌ଗାର୍ଡ ଓ ୨ ୟୁନିଟ୍‌‌ ଏସ୍‌‌ଟିୟୁ, କୁଇକ୍‌‌ ରିସ୍ପନ୍ସ ୟୁନିଟ୍‌‌ ଓ ଏସ୍‌‌ଓଜି ଯବାନଙ୍କୁ ମୁତୟନ କରାଯିବ ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। କମିସନରେଟ ପୁଲିସ ବ୍ଲୁ ବୁକ୍‌‌ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରିବା ସହ ତ୍ରିସ୍ତରୀୟ ସୁରକ୍ଷାକୁ କଡ଼ାକଡ଼ି କରିଛି।

president_murmu

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଭୁବନେଶ୍ୱରରୁ କଟକ ଯାଏଁ ଗତକାଲି କାରକେଡ୍‌‌ ରିହର୍‌‌ସାଲ୍‌‌ ହୋଇଯାଇଥିଲା । ଏଥିରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାସ ଓ କଟକ ଡିସିପି ପିନାକ ମିଶ୍ର ଉପସ୍ଥିତ ରହି ମନିଟରିଂ କରିଥିଲେ।

ଆଜି ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରୀଯାପନ କରିବେ । ଏହା ପରେ ୨୬ ତାରିଖ ପୂର୍ବାହ୍ନ ୮:୨୦ ମିନିଟରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଯାତ୍ରା କରିବେ ।

କଟକ ନରାଜ ହେଲିପ୍ୟାଡରେ ୮:୫୫ ରେ ଅବତରଣ କରି ସଡ଼କ ମାର୍ଗରେ ଯାଇ ପ୍ରଥମେ କଟକ ଚଣ୍ଡୀଙ୍କ ଦର୍ଶନ କରିବେ । ଏହା ପରେ ମଧୁବାବୁଙ୍କ ବାସସ୍ଥାନ ପରିଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରିବେ । ପରେ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟକୁ ଯିବେ । ଏହାପରେ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଓଡିଶା ହାଇକୋର୍ଟର ୭୫ ତମ ପ୍ରତିଷ୍ଠା ସମାରୋହର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତୀଥି ଭାବେ ଯୋଗ ଦେବେ । ପରେ ନୂଆକରି ପ୍ରତିଷ୍ଠା ହୋଇ ଥିବା ନ୍ୟାୟିକ ମ୍ୟୁଜିୟମ ପରିଦର୍ଶନ କରିବେ ।

ଏହା ପରେ ୨୭ ତାରିଖରେ ଭୁବନେଶ୍ୱର ତମାଣ୍ଡୋ ଦାସବାଟିଆରେ ପ୍ରଜାପିତା ବ୍ରହ୍ମକୁମାରୀର ଡିଭାଇନ ଲାଇଟ ହାଉସର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ବାଲିଆପଡ଼ାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ ।

ତିନି ଦିନର ଗସ୍ତ ସାରି ୨୭ ତାରିଖ ଅପରାହ୍ଣରେ ରାଜଭବନ ଛାଡ଼ି ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ମହାମହିମ । ଯେମିତି କୌଣସି ପରିସ୍ଥିତିରେ ସେଭଳି ସମସ୍ୟା ନହୁଏ, ସେ ଦିଗକୁ ଗୁରୁତ୍ୱ ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+