ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି; ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ
ଭୁବନେଶ୍ବର: ନିଜ ଜନ୍ମମାଟିରେ ପୁଣିଥରେ ପାଦ ଥାପିବେ ରାଷ୍ଟ୍ରପତି । ଗାଁ ଠୁ ସହର ସବୁଠି ଏବେ ଉତ୍ସବ ମୁଖର । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ୩ ଦିନ ମୟୂରଭଞ୍ଜ, ଝାରସୁଗୁଡ଼ା ଏବଂ ସମ୍ବଲପୁର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ମହାମହିମ ।
ସୋମବାର ଦିନ ରାଷ୍ଟ୍ରପତି ପୂର୍ବାହ୍ନ ୧୧ଟା ୨୫ ମିନିଟ୍ ରେ ବାରିପଦାରେ ପହଁଞ୍ଚିବେ । ଏହାପରେ ସେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବ ଓ ସାହିତ୍ୟ ମହୋତ୍ସବକୁ ଉଦ୍ଦଘାଟନ କରିବେ । ଏହାପରେ ସେ ଅପରାହ୍ନ ୨ଟା ୩୫ରୁ ୩ଟା ୧୫ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣାଠାରେ ଏକଲବ୍ୟ ଆର୍ଦଶ ଆବାସିକ ବିଦ୍ୟାଳୟକୁ ଲୋକାର୍ପଣ କରିବା ନେଇ କାର୍ଯ୍ୟକ୍ରମ ରହିଛି । ରାଇରଙ୍ଗପୁର ସର୍କିଟ ହାଉସ ଠାରେ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ କରିବେ ।
ସେହିପରି ୨୧ନଭେମ୍ବର ମଙ୍ଗଳବାର ସକାଳ ୮ଟା ୦୫ମିନିଟ ସମୟରେ ରାଇରଙ୍ଗପୁରରୁ ସଡକପଥରେ ବାହାରି ନିଜ ଗାଁ ପାହାଡପୁରରେ ପହଞ୍ଚିବେ ରାଷ୍ଟ୍ରପତି । ପାହାଡପୁର ଠାରେ ସ୍କିଲ ଟ୍ରେନିଂ ସେଣ୍ଟରର ଉଦଘାଟନ କରିବା ପରେ ନିଜ ସ୍ବାମୀ ଓ ୨ପୁଅଙ୍କ ସ୍ମୃତି ରେ ନିର୍ମାଣ କରିଥିବା SLS ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।

୯.୧୫ ରେ ପାହାଡପୁର ରୁ ବାହାରି ୯ଟା ୨୫ ରେ ବାଦାମପାହାଡ ରେ ରାଷ୍ଟ୍ରପତି ପହଞ୍ଚିବା ପରେ ଟାଟାନଗର ରୁ ବାଦାମପାହାଡ , ବାଦାମପାହାଡ ରୁ ରାଉରକେଲା ଏକ୍ସପ୍ରେସ , ସାଲିମାର-ବାଦାମପାହାଡ ଏକ୍ସପ୍ରେସ (ତିନୋଟି) ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହାପରେ ସେହିଠାରୁ ଭର୍ଚୁଆଲ ମୋଡରେ ରାଇରଙ୍ଗପୁର ନୂତନ ପୋଷ୍ଟାଲ ଡିଭିଜନକୁ ଉଦଘାଟନ କରିବା ସହ ଅନ୍ୟ କିଛି କାର୍ଯ୍ୟକ୍ରମକୁ ଭର୍ଚୁଆଲ ମୋଡରେ ଉଦଘାଟନ କରିବେ ।
ଏହାପରେ ବାଦାମପାହାଡ ଅମୃତ ଷ୍ଟେସନର ଭିତ୍ତିପ୍ରସ୍ତ ରଖିବେ ମହାମହିମ । ସକାଳ ୧୦.୪୫ ରେ ବାଦାମପାହାଡରୁ ଟ୍ରେନ ଯୋଗେ ଆସି ୧୧ଟା ୨୫ ରେ ରାଇରଙ୍ଗପୁର ପହଞ୍ଚିବା ପରେ ୧୧ଟା ୫୫ରେ ଦାଣ୍ଡବୋଷ ହେଲିପ୍ୟାଡରୁ ମହାନଦୀ କୋଲ୍ଡଫିଲ୍ଡ ବୁର୍ଲା ଅଭିମୁଖେ ଯାତ୍ରା କରିବେ ।
ରାଷ୍ଟ୍ରପତି ସେହି ଦିନ ସମ୍ବଲପୁରରେ ପହଞ୍ଚି ଅପରାହ୍ନ ୪ଟା ସମୟରେ ସେ ବୀର ସୁରେନ୍ଦ୍ର ସାଇ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ (VSSUT) ର ବାର୍ଷିକ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ସେହିଭଳି, ସେ ୨୨ ତାରିଖ ସକାଳ ୧୧:୦୫ ଟାରେ ସାସନ କିଲାସମା ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରିଆ ବିଶ୍ୱବିଦ୍ୟାଳୟର ଏକ ସ୍ୱତନ୍ତ୍ର ସମାବେଶରେ ଯୋଗଦେବେ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୪୦୦୦ ଲୋକ ଏଥିରେ ଭାଗ ନେବେ ବୋଲି ଆଶା କରାଯାଉଛି। ଉଭୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଏକ ଘଣ୍ଟା ପାଇଁ ଯୋଗଦେବେ । ପରେ ସେହିଦିନ ଝାରସୁଗୁଡ଼ା ଏୟାରପୋର୍ଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ନଭେମ୍ବର ୨୦ ରେ ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ସ୍କୁଲ ରାଷ୍ଟ୍ରପତି ଉଦ୍ଘାଟନ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଟୁଡୁ କହିଥିଲେ ।












Click it and Unblock the Notifications