ମଧ୍ୟାହ୍ନ ଭୋଜନରେ ଦହିବରା, କଲରା ଚିପ୍ସ, ଛେନା ପୋଡ଼ ଆଦି ଖାଦ୍ୟ ଖାଇବେ ରାଷ୍ଟ୍ରପତି

କ'ଣ କ'ଣ ଖାଇବେ ରାଷ୍ଟ୍ରପତି ? ରାଷ୍ଟ୍ରପତିଙ୍କ ମଧ୍ୟାହ୍ନ ଭୋଜନ ପାଇଁ ପ୍ରକାର ବ୍ଯଞ୍ଜନ ପ୍ରସ୍ତୁତ ହୋଇଛି । ଲଞ୍ଚରେ ଖିରି, ଛେନା ପୋଡ଼, ପାମ୍ପଡ, ସାଲାଡ଼, ପ୍ଲେନ ରାଇସ୍‌, ଫ୍ରାଇଡ ରାଇସ୍‌,ରୁଟି, ପୁରୀ, ଡାଲି, ଚଣା ମସଲା, ସଜନା ଶାଗ, ଜହ୍ନି ବଡ଼ି, ଛତୁ, ଦହିବରା, କଲରା ଚିପ୍ସ, ଛୋଲେ ପନିର, ଆମ୍ବ ଖଟା, ଧନିଆ ଚଟଣୀ, ମିକ୍ସ ଭେଜ୍‌ ଆଦି ବ୍ଯଞ୍ଜନ ରହିଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶାକାହାରୀ ଖାଦ୍ୟ ଗ୍ରହଣ କରିଥାନ୍ତି । ବିନା ପିଆଜ ରସୁଣର ସାତ୍ତ୍ୱିକ ଭୋଜନ ତାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ।

ଓଡ଼ିଶା ଗସ୍ତର ତୃତୀୟ ତଥା ଶେଷ ଦିନରେ ରାଜଭବନରୁ ବାହାରି ତମାଣ୍ଡୋ ସ୍ଥିତ ବ୍ରହ୍ମାକୁମାରୀ କେନ୍ଦ୍ରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଲାଇଟ୍ ହାଉସ୍ କଂପ୍ଲେକ୍ସର ଶିଳାନ୍ୟାସ କଲେ ରାଷ୍ଟ୍ରପତି ମୁର୍ମୁ। ପ୍ରଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମର ଆରମ୍ଭ ହୋଉଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉପସ୍ଥିତ ଅଛନ୍ତି।

president_murmu

ବ୍ୟାପକ ପ୍ରସ୍ତୁତି ସହ ଚଳଚଞ୍ଚଳ ରାଜଧାନୀ । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଓଡ଼ିଶାରେ ସଉରା, ଲାଞ୍ଜିଆ ସଉରା, ଡଙ୍ଗରିଆ କନ୍ଧ, ମାଙ୍କିଡ଼ିଆ, ବିରହୋର, ଜୁଆଙ୍ଗ ଆଦି ୧୩ଟି PVTG ବସବାସ କରୁଥିବା ବେଳେ ଆଜି ସେମାନଙ୍କ ମଧ୍ୟରୁ ୧୦ଟି ଜନଜାତି ସମୁଦାୟର ୫ଜଣିଆ ପ୍ରତିନିଧି ଦଳ ରାଜଭବନ ପରିସରରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ।

ଗତକାଲି ପ୍ରଥମେ କଟକର ଅଧିଷ୍ଠାତ୍ରୀ ଦେବୀ ମା' ଚଣ୍ଡୀଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକ ଚଣ୍ଡି ମନ୍ଦିରରେ ପହଞ୍ଚି ମା'ଙ୍କ ପୂଜାର୍ଚ୍ଚନା କରିଥିଲେ ରାଷ୍ଟ୍ରପତି।

ଏହା ପରେ ଶୈଳବାଳା ମହିଳା ମହାବିଦ୍ୟାଳୟପରିଦର୍ଶନ କରି ମଧୁବାବୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟକୁ ଯାଇଥିଲେ। ପରେ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଓଡିଶା ହାଇକୋର୍ଟର ୭୫ ତମ ପ୍ରତିଷ୍ଠା ସମାରୋହର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ପରେ SCB ମେଡିକାଲ କଲେଜ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି। ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+