କଟକ ଅଭିମୁଖେ ବାହାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
କଟକ ଅଭିମୁଖେ ବାହାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜଭବନରୁ ବାହାରିଲା ରାଷ୍ଟ୍ରପତିଙ୍କ କାରକେଡ୍।ସଡ଼କ ପଥରେ ଯାଉଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା। ପୂର୍ବରୁ ହେଲିକପ୍ଟରରେ କଟକ ଗସ୍ତ ଧାର୍ଯ୍ୟ ହୋଇଥିଲା।
ଆଜି ପ୍ରଥମେ କଟକ ଚଣ୍ଡୀଙ୍କ ଦର୍ଶନ କରିବେ ମହାମହିମ । ଏହା ପରେ ମଧୁବାବୁଙ୍କ ବାସସ୍ଥାନ ପରିଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରିବେ । ପରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟକୁ ଯିବେ । ଏହାପରେ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଓଡିଶା ହାଇକୋର୍ଟର ୭୫ ତମ ପ୍ରତିଷ୍ଠା ସମାରୋହର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତୀଥି ଭାବେ ଯୋଗ ଦେବେ।

ଗତକାଲି ଭୁବନେଶ୍ୱର ଏୟାରପୋର୍ଟରୁ ରାଜଭବନ ଯିବା ସମୟରେ କାରକେଡ୍ ଅଟକାଇ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ ମହାମହିମ । ଏୟାରପୋର୍ଟ ରାସ୍ତାରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ପାରମ୍ପରିକ ନୃତ୍ୟ ପରିବେଷଣ କରୁଥିବା କଳାକାରଙ୍କୁ ଭେଟିଛନ୍ତି ସେ । ଦ୍ରୌପଦୀ ମୁର୍ମୁଙ୍କ ଟିକିଏ ଝଲକ ଦେଖିବା ପାଇଁ ଜମା ହୋଇଥିଲେ ଶହ ଶହ ଲୋକ । ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇବା ସହ କଳାକାରଙ୍କ ସହ ମିଶିଥିଲେ ।
ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପରେ ମହାମହିମଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ରାଷ୍ଟ୍ରପତିଙ୍କ କାରକେଡ୍ କୁ ସୁରକ୍ଷା ଦେବାକୁ ବ୍ଲୁ ବୁକ୍ ଅନୁଯାୟୀ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା ।












Click it and Unblock the Notifications