Droupadi Murmu: ମୟୂରଭଞ୍ଜକୁ ୩ ରେଳପଥ ପ୍ରକଳ୍ପ ଭେଟି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମୟୂରଭଞ୍ଜର ଦୀର୍ଘବର୍ଷର ସ୍ବପ୍ନ ପୂରଣ କରିଛନ୍ତି ରାଷ୍ଟ୍ରପତି । ଜନ୍ମମାଟି ରାଇରଙ୍ଗପୁର ଗସ୍ତର ଶେଷ ଦିନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନୋଟି ରେଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେଗୁଡିକ ହେଲା ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଡାମରା-ଚାକୁଳିଆ ଓ ବାଦାମପାହାଡ-କେନ୍ଦୁଝର ରେଳ ସଂଯୋଗୀକରଣ । ମୋଟ ୬,୨୯୪ କୋଟି ଟଙ୍କା ବିନିମୟରେ ଏହି ତିନି ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ।
ବୁଢ଼ାମରାରୁ ଚାକୁଲିଆ ନୂତନ ରେଳ ଲାଇନ ହେଉଛି ୬୦ କିଲୋମିଟର ଲମ୍ବ । ଏହି ଲାଇନଟି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ସହ ଝାଡ଼ଖଣ୍ଡର ସିଂହଭୁମ ଜିଲ୍ଲାକୁ ସଂଯୋଗ କରିବ । ଏହି ପ୍ରକଳ୍ପରେ ଆନୁମାନିକ ୧,୬୩୯ କୋଟି ଟଙ୍କା ବ୍ୟୟ ହେବ ।
ଏଥି ସହିତ ଦୀର୍ଘ ଦିନରୁ ରାଇରଙ୍ଗପୁରବାସୀଙ୍କ ଦାବି ଥିବା ବାଦାମପାହାଡ଼ରୁ କେନ୍ଦୁଝର ନୂତନ ରେଳ ଲାଇନର ଦୂରତା ପ୍ରାୟ ୮୨ କିଲୋମିଟର ଥିବା ବେଳେ, ଏଥିରେ ଆନୁମାନିକ ୨,୧୦୬ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରିବ ।

ଅନ୍ୟ ଏକ ପ୍ରକଳ୍ପ, ବାଙ୍ଗିରିପୋଷିରୁ ଗୋରୁମହିଷାଣି ନୂତନ ରେଳ ଲାଇନର ଲମ୍ବ ୮୬ କିଲୋମିଟର ରହିଛି । ଉକ୍ତ ରେଳ ଲାଇନ ପାଇଁ ଆନୁମାନିକ ୨,୫୪୯ କୋଟି ଟଙ୍କା ବ୍ୟୟ ହେବ । ଏହି ଲାଇନ ପ୍ରକଳ୍ପ ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀରୁ ବାଙ୍ଗିରିପୋଷିକୁ ସଂଯୋଗ କରିବ । ଏହି ତିନୋଟି ରେଳପଥରେ ଟ୍ରେନ ଗଡିଲେ, ଏ ଅଞ୍ଚଳରବାସୀ ରେଳ ସୁବିଧା ପାଇପାରିବେ ।
ଏହା ସହ ରାଷ୍ଟ୍ରପତି ଉକ୍ତ କାର୍ଯ୍ୟକ୍ରମ ମଞ୍ଚରୁ ଭିଡିଓ କନଫରେନ୍ସି ମାଧ୍ୟମରେ ରାଇରଙ୍ଗପୁରରେ ଟ୍ରାଇବାଲ ରିସର୍ଚ୍ଚ ସେଣ୍ଟର, ରାଇରଙ୍ଗପୁର ଦାଣ୍ଡବୋଷ ବିମାନ ବନ୍ଦରର ଉନ୍ନତିକରଣ, ଏବଂ ଉପଖଣ୍ଡ ଚିକିତ୍ସାଳୟକୁ ସୁପର-ସ୍ପେଶାଲିଟି ହସ୍ପିଟାଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବାଙ୍ଗିରିପୋଷିରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମଧ୍ୟ ଉପସ୍ଥିତ ଥିଲେ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications