ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ଭୁବେନେଶ୍ୱର: ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ୩ ଦିନ ମୟୂରଭଞ୍ଜ, ଝାରସୁଗୁଡ଼ା ଏବଂ ସମ୍ବଲପୁର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ମହାମହିମ । ସେହିପରି ନଭେମ୍ବର ୨୬ ତାରିଖରେ ସମ୍ବଲପୁର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ।

ମିଳିଥିବା ସୂଚନା ଅନୁସାରେ, ନିର୍ଦ୍ଧାରିତ ସମୟରୁ ୩ ଘଣ୍ଟା ପୂର୍ବରୁ ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଆସନ୍ତାକାଲି ଅର୍ଥାତ୍ ସୋମବାର ଦିନ ୧୧.୨୫ଟା ମିନିଟରେ ବାରିପଦାରେ ପହଞ୍ଚିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ପ୍ରଥମେ ସହିଦ ସ୍ମୃତି ଭବନରେ ଅଖିଳ ଭାରତୀୟ ସାନ୍ତାଳୀ ଲେଖର ସଂଘର ୩୬ତମ ହାର୍ଷିକ ଉତ୍ସବରେ ଯୋଗେ ଦେବେ ଏହାପରେ ମଧ୍ୟାହ୍ନ ଭୋଜନ ସାରିବା ପରେ ରାଷ୍ଟ୍ରପତି ୨.୩୫ମିନିଟରେ କୁଳିକଣା ବ୍ଲକର ଏକଲଭ୍ୟ ମଡେଲ୍ ଆବାସିକ ବିଦ୍ୟାଳୟର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ୩ଟା ୧୫ମିନିଟରେ ରାଇରଙ୍ଗପୁର ଗସ୍ତ କରିବେ ରାଷ୍ଟ୍ରପତି ।

ସେହିପରି ୨୧ନଭେମ୍ବର ମଙ୍ଗଳବାର ସକାଳ ୮ଟା ୦୫ମିନିଟ ସମୟରେ ରାଇରଙ୍ଗପୁରରୁ ସଡକପଥରେ ବାହାରି ନିଜ ଗାଁ ପାହାଡପୁରରେ ପହଞ୍ଚିବେ ରାଷ୍ଟ୍ରପତି । ପାହାଡପୁର ଠାରେ ସ୍କିଲ ଟ୍ରେନିଂ ସେଣ୍ଟରର ଉଦଘାଟନ କରିବା ପରେ ନିଜ ସ୍ବାମୀ ଓ ୨ପୁଅଙ୍କ ସ୍ମୃତି ରେ ନିର୍ମାଣ କରିଥିବା SLS ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ୯.୧୫ ରେ ପାହାଡପୁର ରୁ ବାହାରି ୯ଟା ୨୫ ରେ ବାଦାମପାହାଡ ରେ ରାଷ୍ଟ୍ରପତି ପହଞ୍ଚିବା ପରେ ଟାଟାନଗର ରୁ ବାଦାମପାହାଡ , ବାଦାମପାହାଡ ରୁ ରାଉରକେଲା ଏକ୍ସପ୍ରେସ , ସାଲିମାର-ବାଦାମପାହାଡ ଏକ୍ସପ୍ରେସ (ତିନୋଟି) ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ।

ଏହାପରେ ସେହିଠାରୁ ଭର୍ଚୁଆଲ ମୋଡରେ ରାଇରଙ୍ଗପୁର ନୂତନ ପୋଷ୍ଟାଲ ଡିଭିଜନକୁ ଉଦଘାଟନ କରିବା ସହ ଅନ୍ୟ କିଛି କାର୍ଯ୍ୟକ୍ରମକୁ ଭର୍ଚୁଆଲ ମୋଡରେ ଉଦଘାଟନ କରିବେ । ଏହାପରେ ବାଦାମପାହାଡ ଅମୃତ ଷ୍ଟେସନର ଭିତ୍ତିପ୍ରସ୍ତ ରଖିବେ ମହାମହିମ । ସକାଳ ୧୦.୪୫ ରେ ବାଦାମପାହାଡରୁ ଟ୍ରେନ ଯୋଗେ ଆସି ୧୧ଟା ୨୫ ରେ ରାଇରଙ୍ଗପୁର ପହଞ୍ଚିବା ପରେ ୧୧ଟା ୫୫ରେ ଦାଣ୍ଡବୋଷ ହେଲିପ୍ୟାଡରୁ ମହାନଦୀ କୋଲ୍ଡଫିଲ୍ଡ ବୁର୍ଲା ଅଭିମୁଖେ ଯାତ୍ରା କରିବେ ।

President Droupadi Murmu

ରାଷ୍ଟ୍ରପତି ସେହି ଦିନ ସମ୍ବଲପୁରରେ ପହଞ୍ଚି ଅପରାହ୍ନ ୪ଟା ସମୟରେ ସେ ବୀର ସୁରେନ୍ଦ୍ର ସାଇ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ (VSSUT) ର ବାର୍ଷିକ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ରାଇରଙ୍ଗପୁର ସ୍ଥିତ ନିଜ ବାସଭବନକୁ ଯିବେ ଦୌପଦୀ ମୁର୍ମୁ । ଯେଉଁଠି ରାଷ୍ଟ୍ରପତି ରାତ୍ରୀଭୋଜନ ସହିତ ରାତ୍ରୀଯାପନ କପିବେ ମ୍ୟାଡମ ରାଷ୍ଟ୍ରପତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+