Get Updates
Get notified of breaking news, exclusive insights, and must-see stories!

ରାଇରଂଗପୁରରେ ‘ହୋଲିଡେ ହୋମ୍‌’ର ଶିଳାନ୍ୟାସ କଲେ ରାଷ୍ଟ୍ରପତି; କହିଲେ ଏଇ ମାଟିର ସ୍ନେହଶ୍ରଦ୍ଧା ପାଇଁ ମୁଁ ଆଜି ମହାମହିମ

ରାଇରଙ୍ଗପୁର ସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଅଭିଭାଷଣ ରଖିଛନ୍ତି । ଏଇ ମାଟିର ସ୍ନେହଶ୍ରଦ୍ଧା ପାଇଁ ମୁଁ ଆଜି ମହାମହିମ କହିଲେ ରାଷ୍ଟ୍ରପତି ।

ସେ ଆହୁରି କହିଛନ୍ତି ଯେ, ମୁଁ କାହିଁକି ଏତେ ଥର ମୟୂରଭଂଜ ଆସୁଛି ବୋଲି ମିଡିଆ ବଂଧୁ ପଚାରିଥିଲେ । ମାଟି ପାଇଁ ମୋର ଏ ଶ୍ରଦ୍ଧା ଓ ଭଲପାଇବା ବୋଲି ରାଷ୍ଟ୍ରପତି କହିଛନ୍ତି।

ଏଇମାଟିର ସ୍ନେହଶ୍ରଦ୍ଧା ପାଇଁ ମୁଁ ଆଜି ମହାମହିମ ବୋଲି ରାଷ୍ଟ୍ରପତି କହିଛନ୍ତି । ମୁଁ ପ୍ରତିଥର ଆସି କିଛି ନୂଆ ନୂଆ ପ୍ରକଳ୍ପ ଶିଳାନ୍ୟାସ, ଉଦଘାଟନ କରୁଛି । ଗତଥର ବାଦାମପାହାଡ଼ ଟ୍ରେନ ଚଳାଚଳ ଶୁଭାରମ୍ଭ କରିଥିଲି । ଆଉ ଏଥର ରାସ୍ତା, ହଲିଡେ ହୋମ୍‌, ଏକଲବ୍ୟ ସ୍କୁଲ ଶିଳାନ୍ୟାସ କଲି ବୋଲି ରାଷ୍ଟ୍ରପତି କହିଛନ୍ତି ।

droupadi_murmu

ଦେଶ ଏବଂ ରାଜ୍ୟର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟର ଭୂମିକା ରହିଛି ବୋଲି ସେ କହିଛନ୍ତି । ଉଭୟଙ୍କ ସହଯୋଗ ବିନା ବିକାଶ ସମ୍ଭବ ନୁହେଁ ରାଷ୍ଟ୍ରପତି କହିଛନ୍ତି ।

ହୋଲିଡେ ହୋମ୍‌'ର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ଦୁଇ ଲ୍ୟାନ୍ ବିଶିଷ୍ଟ ବାଇପାସ୍ ରାସ୍ତା, ରାଇରଙ୍ଗପୁରରୁ ଯଶିପୁର ପର୍ଯ୍ୟନ୍ତ ୨୨୦ ନଂ ଜାତୀୟ ରାଜପଥର ସମ୍ପ୍ରସାରଣ ଓ ପ୍ରଶକ୍ତୀକରଣ ପ୍ରକଳ୍ପ, ବାଇଦାପୋଷି ନିକଟରେ ଉପଖଣ୍ଡରେ କ୍ରୀଡାର ଭିତ୍ତିଭୂମିର ବିକାଶ ପାଇଁ ସ୍ପୋର୍ଟସ କମ୍ପଲେକ୍ସ ଓ ଏସଟି ଏସ୍ସି ରିସର୍ଚ୍ଚ ସେନ୍ଟର୍ (ଆଦିବାସୀ ସଂଗ୍ରହାଳୟ) ପାଇଁ ଶିଳାନ୍ୟାସ ଓ ବଡସାହିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଆଭାଷୀ ମାଧ୍ୟମରେ ଲୋକାର୍ପଣ କରିଛନ୍ତି।

ସମାରୋହରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ରାଜ୍ୟପାଳ ରଘୁବର ଦାସ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଆଇଜି ସତ୍ୟବ୍ରତ ଭୋଇ ଉପସ୍ଥିତ ଅଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଥିଲା। ଦ୍ରୌପଦୀ ମୁର୍ମୁ ଜନ୍ମମାଟି ତଥା ନିଜମାଟିକୁ ଆସିଥିବାରୁ ମୟୂରଭଂଜର ଛୋଟପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ଉତ୍ସାହିତ ଦେଖାଯାଇଥିଲେ। ଶ୍ରୀମତୀ ମୁର୍ମୁ ମଧ୍ୟ ପ୍ରଶଂସକଙ୍କୁ ଉତ୍ସାହିତ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+