ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନେତାଜୀ ସଂଗ୍ରହାଳୟରେ ବୁଲିଲେ ରାଷ୍ଟ୍ରପତି । ସେଠାରେ ଥିବା ନେତାଜୀଙ୍କ ବିଭିନ୍ନ ସାମଗ୍ରୀ ବୁଲି ଦେଖିଛନ୍ତି ମହାମହିମ । ଏହା ପୂର୍ବରୁ ଶୈଳବାଳା ମହାବିଦ୍ୟାଳୟ ଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଆଜି ପ୍ରଥମେ କଟକର ଅଧିଷ୍ଠାତ୍ରୀ ଦେବୀ ମା' ଚଣ୍ଡୀଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକ ଚଣ୍ଡି ମନ୍ଦିରରେ ପହଞ୍ଚି ମା'ଙ୍କ ପୂଜାର୍ଚ୍ଚନା କରିଥିଲେ ରାଷ୍ଟ୍ରପତି ।

କଟକ ଅଭିମୁଖେ ସଡକ ପଥରେ ବାହାରି ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜଭବନରୁ ରାଷ୍ଟ୍ରପତିଙ୍କ କାରକେଡ୍ ବାହାରିଥିଲା। ସଡ଼କ ପଥରେ ଯାଉଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ପୂର୍ବରୁ ହେଲିକପ୍ଟରରେ କଟକ ଗସ୍ତ ଧାର୍ଯ୍ୟ ହୋଇଥିଲା। ତେବେ ପୁଣି ସଡକ ପଥରେ ଯିବାର ନିଷ୍ପତ୍ତି ହୋଇଥିଲା।
ଆଜି କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଓଡିଶା ହାଇକୋର୍ଟର ୭୫ ତମ ପ୍ରତିଷ୍ଠା ସମାରୋହର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।
ରାଷ୍ଟ୍ରପତିଙ୍କୁ ପାଖରୁ ଦେଖିବା ପାଇଁ ପ୍ରବଳ ଭିଡ଼ । ଲୋକେ ମହାମହିମ ରାଷ୍ଟ୍ରପତିଙ୍କ ଟିକେ ଝଲକ ପାଇବାକୁ ସକାଳୁ ଆସିଛନ୍ତି । ଆମ ଓଡ଼ିଆ ଝିଅ ଦେଶର ରାଷ୍ଟ୍ରପତି ବୋଲି ଲୋକେ ଗର୍ବିତ।
୮ ଘଣ୍ଟା ଧରି କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।












Click it and Unblock the Notifications