ନୂଆଖାଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଏକ୍ସରେ ପୋଷ୍ଟ କରି କହିଛନ୍ତି, କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ଦେଶବାସୀ ବିଶେଷ କରି ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା । କୃଷି ପ୍ରତି ସମ୍ମାନ ଏବଂ କୃଷକଙ୍କ ପ୍ରତି କୃତଜ୍ଞତା ହେଉଛି ଏହି ପର୍ବର ବିଶେଷତ୍ୱ । ଏହା ଆମ ବନ୍ଧୁତ୍ୱ ଓ ଆତ୍ମୀୟତାର ପ୍ରତୀକ ମଧ୍ୟ । ନୂଆଁଖାଇ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଦେଉ, ଏହା ମୋର ଆନ୍ତରିକ କାମନା ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଖାଇର ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି। ଏହି ଲୋକପ୍ରିୟ ପର୍ବ କୃଷକମାନଙ୍କ ପ୍ରତି ଗଭୀର କୃତଜ୍ଞତାର ସ୍ମରଣ କରାଏ। ଯାହାଙ୍କ କଠିନ ପରିଶ୍ରମ ଆମ ସମସ୍ତଙ୍କର ଭରଣପୋଷଣ କରେ। ପ୍ରତିଟି ଘରେ ଉତ୍ତମ ସ୍ବାସ୍ଥ୍ୟ, ସମୃଦ୍ଧି ଏବଂ ଖୁସି ବିରାଜମାନ କରୁ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରି କହିଛନ୍ତି।












Click it and Unblock the Notifications