ନୂଆଖାଇର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ
ଭୁବନେଶ୍ୱର : ନୂଆଁଖାଇ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରାଷ୍ଟ୍ରପତି ଏକ୍ସ (ଟୁଇଟ) କରି କହିଛନ୍ତି ଯେ, କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତ ଦେଶବାସୀ, ବିଶେଷ କରି ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ! ଧାନ ଅମଳର ଆନନ୍ଦ ଉଲ୍ଲାସ ଭିତରେ ଏହି ପର୍ବ ପାଳିତ ହୋଇଥାଏ । ନୂଆଁଖାଇ ଆମକୁ ଭ୍ରାତୃତ୍ୱ ଓ ପାରସ୍ପରିକ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇଥାଏ । ଏହି ଶୁଭ ଅବସରରେ ଦେଶ ତଥା ଦେଶବାସୀଙ୍କ ସୁଖ ସମୃଦ୍ଧି ନିମନ୍ତେ ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ।
କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତ ଦେଶବାସୀ, ବିଶେଷ କରି ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ! ଧାନ ଅମଳର ଆନନ୍ଦ ଉଲ୍ଲାସ ଭିତରେ ଏହି ପର୍ବ ପାଳିତ ହୋଇଥାଏ । ନୂଆଁଖାଇ ଆମକୁ ଭ୍ରାତୃତ୍ୱ ଓ ପାରସ୍ପରିକ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇଥାଏ । ଏହି ଶୁଭ ଅବସରରେ ଦେଶ ତଥା ଦେଶବାସୀଙ୍କ ସୁଖ ସମୃଦ୍ଧି ନିମନ୍ତେ ମୁଁ…
— President of India (@rashtrapatibhvn) September 20, 2023
ସେହିପରି ଧର୍ମେନ୍ଦ୍ର ପ୍ରଧାନ ଆଜି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ 'ନୂଆଁଖାଇ-୨୦୨୩' ଅବସରରେ ସମ୍ବଲପୁରୀ ଭାଷାରେ ଏକ ଭିଡିଓ ବାର୍ତ୍ତା ଜାରି କରି ଏହି ପର୍ବର ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଇ ଓ ସମସ୍ତ ଆରାଧ୍ୟା ଦେବୀଙ୍କୁ ପ୍ରଣାମ ଜଣାଇ ଭିଡିଓ ବାର୍ତ୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମର ମହାନ ପର୍ବ 'ନୂଆଁଖାଇ' ଆଜି ପାଳନ ହେଉଛି । ଏହି ଅବସରରେ ମାଆ, ଭଉଣୀ, ଦାଦା ଭାଇ ମାନଙ୍କୁ ମୋର "ନୂଆଁଖାଇ ଜୁହାର୍" । ୨୦୨୨ ମସିହାରୁ ଭାରତ ଅମୃତକାଳରେ ପ୍ରବେଶ କରିସାରିଛି । ଏହି ଅମୃତକାଳରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ବଳିଷ୍ଠ ନେତୃତ୍ୱ କାରଣରୁ ଭାରତ 'ବସୁଧୈବ କୁଟୁମ୍ବକମ୍' ନୀତିକୁ ପ୍ରାଧାନ୍ୟ ଦେଇଛି । ନୂଆଁଖାଇ ମଧ୍ୟ ସାରା ଦୁନିଆର ମଙ୍ଗଳ କଥାକୁ ପ୍ରାଧାନ୍ୟ ଦେଉଛି ।v
ଅମୃତକାଳରେ ଆମେ ସମସ୍ତେ ମିଳିମିଶି ପରିଶ୍ରମ କରିବା ଏବଂ ଭାରତକୁ ବିକଶିତ ଦେଶରେ ପରିଣତ କରିବା । ନୂଆଁଖାଇ ପର୍ବ ସମସ୍ତଙ୍କୁ ମିଳିମିଶି କରି ରହିବାର ସନ୍ଦେଶ ଦେଉଛି । ମିଳିମିଶି କରି ରହିଲେ ହିଁ ପରିବାର, ସମାଜ ଏବଂ ଦେଶରେ ଭାଇଚାରା ବଢିବ । ଦେଶରେ ଭାଇଚାରା ବଢିଲେ ହିଁ ଆମର ବିକଶିତ ଭାରତର ମୂଳଦୁଆ ମଜବୁତ୍ ହେବ । ଆମେ ସମସ୍ତେ ମିଶିକରି ନୂଆଁଖାଇର ଭାଇଚାରା ବାର୍ତ୍ତାକୁ ସମଗ୍ର ଦୁନିଆରେ ପ୍ରଚାର ପ୍ରସାର କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଏହି ଶୁଭ ଅବସରରେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି ।
-
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ.....












Click it and Unblock the Notifications