ବଞ୍ଚିତ ବର୍ଗକୁ କିପରି ନ୍ୟାୟ ମିଳିବ ସେ ବିଷୟରେ ମାନସ ମନ୍ଥନ ହେବା ଉଚିତ୍ : ରାଷ୍ଟ୍ରପତି
ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି । ଏହି ଅବସରରେ ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ରାଷ୍ଟ୍ରପତି । କାରଗିଲ ଦିବସ ଅବସରରେ ସହିଦଙ୍କୁ ନମନ କଲେ ମହାମହିମ ।
ଓଡ଼ିଆ ସହିଦ ପଦ୍ମପାଣି ଆଚାର୍ଯ୍ୟଙ୍କ କଥା କହିଲେ ରାଷ୍ଟ୍ରପତି। ବୀରମାଟି କଟକକୁ ପ୍ରଣାମ କରୁଛି ବୋଲି କହିଲେ ରାଷ୍ଟ୍ରପତି। ଉତ୍କଳ ଗୌରବ ମଧୁସୂଦନ, ନେତାଜୀ ସୁଭାଷଙ୍କ କଥା ବି କହିଲେ ରାଷ୍ଟ୍ରପତି। ଓଡ଼ିଶା ହାଇକୋର୍ଟର ଗୌରବ ଗାଥା ମଧ୍ୟ କହିଛନ୍ତି ରାଷ୍ଟ୍ରପତି।
ତ୍ୱରିତ ନ୍ୟାୟକୁ ରାଷ୍ଟ୍ରପତି ଗୁରୁତ୍ବ ଦେଇଛନ୍ତି। ବିଳମ୍ବିତ ନ୍ୟାୟ ଦ୍ବାରା ବହୁ ଲୋକ ହଇରାଣ ହେଉଛନ୍ତି ବୋଲି ସେ କହିଛନ୍ତି। ବିଳମ୍ବିତ ନ୍ୟାୟ ହେତୁ ଅନେକଙ୍କ ଜୀବନ ଜେଲରେ କଟୁଛି ବୋଲି ସେ କହିଛନ୍ତି । ପୀଡ଼ିତ ଏଥିପାଇଁ ହତାଶ ହେଉଛନ୍ତି। ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିର୍ଦ୍ଦୋଷଙ୍କୁ ସହାୟକ ହେବ ବୋଲି ସେ କହିଛନ୍ତି । ଏହି କଥା ସେ ଆଗରୁ କହିଥିବାର କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ସମାଜରେ ବଞ୍ଚିତ ବର୍ଗ ନ୍ୟାୟ ଲଢ଼ିବାକୁ ସମର୍ଥ ନୁହନ୍ତି । ବଞ୍ଚିତ ବର୍ଗକୁ ସଠିକ୍ ନ୍ୟାୟ ମିଳିବା ନିମନ୍ତେ ମାନସ ମନ୍ଥନ ହେବା ଉଚିତ୍ । ଏଥିପାଇଁ ଆଇନ ସହାୟତା ମିଳୁଥିବାରୁ ସେ ଧନ୍ୟବାଦ୍ ଜଣାଇଛନ୍ତି । ନ୍ୟାୟ ଦେବା ବେଳେ ମହାତ୍ମା ଗାନ୍ଧୀଙ୍କ ମାର୍ଗକୁ ମନେ ରଖିବେ । ଏହାଦ୍ବାରା ସାଧାରଣ ଲୋକେ ନ୍ୟାୟ ପାଇପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି ରାଷ୍ଟ୍ରପତି । ଅନେକ ଆଇନଜୀବୀ ବି ମାଗଣା ଆଇନ ସହାୟତା ଦେବା ସେ କହିଛନ୍ତି।

କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହି ଉତ୍ସବରେ ସାମିଲ ହୋଇଛନ୍ତି। ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ସାମିଲ ଅଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୂରଲୀଧର ସ୍ବାଗତ ଭାଷଣ ଦେଇଥିଲେ।












Click it and Unblock the Notifications