ଆସନ୍ତା ୨୮ରୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆସନ୍ତା ୨୮ ତାରିଖ ଠାରୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସହାୟକ ସୁରଥ କୁମାର ମହାନ୍ତ ସୂଚନା ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି । ମହାମହିମ ୨୮ ଫେବ୍ରୁଆରିରେ ନୂଆଦିଲ୍ଲୀରୁ ଏକ ସତନ୍ତ୍ର ବିମାନ ଯୋଗେ ଝାଡ଼ଖଣ୍ଡର ରାଜଧାନୀ ରାଂଚି ପହଂଚିବେ ଓ ସେଠାରେ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ।
ସେଠାରୁ ସେ ବାୟୂସେନାର ହେଲିକେପ୍ଟର ଯୋଗେ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପହଂଚି ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେବେ । ରାଇରଙ୍ଗପୁର ନିକଟସ୍ଥ କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ୱରେ ହୋଲିଡେ ହୋମ୍ର ଭୂମିପୂଜା କରିବେ । ପରେ କଣ୍ଟାବଣୀ ଗ୍ରାମ ନିକଟରେ ଉପଖଣ୍ଡରେ କ୍ରୀଡ଼ାର ଭିତ୍ତିଭୂମିର ବିକାଶ ପାଇଁ କ୍ରୀଡ଼ା ପରିସର ଓ ଅନୁସୂଚିତ ଜାତି ଓ ଜନଜାତି କେନ୍ଦ୍ରର (ଆଦିବାସୀ ସଂଗ୍ରହାଳୟ) ନିର୍ମାଣ ନିମନ୍ତେ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ରାଷ୍ଟ୍ରପତିଙ୍କ ଜନ୍ମମାଟି ଓ କର୍ମଭୂମିକୁ ତାଙ୍କର ତୃତୀୟ ଥର ପାଇଁ ଗସ୍ତ ହେବ । ଏହି ଗସ୍ତ ସମୟରେ ବହୁ ପ୍ରତିକ୍ଷିତ ବାଦାମପାହାଡ-କେନ୍ଦୁଝର ଏବଂ ଗୋରୁମହିଷାଣୀ-ବାଙ୍ଗିରୀପୋଷି ନୂତନ ରେଳପଥର ସମ୍ପ୍ରସାରଣର ପାଇଁ ଉପଖଣ୍ଡ ବାସୀ ଆଶା କରିଛନ୍ତି । ତେବେ ରାଷ୍ଟ୍ରପତିଙ୍କ ଏହି ଗସ୍ତ ପାଇଁ ମୟୂରଭଂଜବାସୀଙ୍କ ମନରେ ଖୁସିର ଲହରି ଖେଳିଯାଇଛି ।ର୍












Click it and Unblock the Notifications