କାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ! ୭ରେ ମହାପ୍ରଭୁଙ୍କ ରଥ ଯାତ୍ରାରେ ହେବେ ସାମିଲ
କାଲିଠୁ ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୭ରେ ମହାପ୍ରଭୁଙ୍କ ରଥ ଯାତ୍ରାରେ ହେବେ ସାମିଲ ।

ଏଥର ଶ୍ରୀଗୁଣ୍ଡିଚା ଯାତ୍ରାରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜୁଲାଇ ୬ରୁ ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। ୯ ତାରିଖ ଯାଏ ରହିବେ। ୬ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେହିଦିନ ଉତ୍କଳମଣିଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେବେ। ୭ ତାରିଖରେ ଯିବେ ପୁରୀ ।
ରଥଯାତ୍ରା ଦେଖିବା ପରେ ରାଷ୍ଟ୍ରପତି ୮ ତାରିଖରେ ଖଣ୍ଡଗିରି, ଉଦୟଗିରି ପରିଦର୍ଶନ କରିବେ । ସେଦିନ ଅପରାହ୍ନରେ ଡିଭାଇନ୍ ରିଟ୍ରିଟ୍ ସେଣ୍ଟର ଉଦଘାଟନ କରିବେ। ୯ ତାରିଖ ପୂର୍ବାହ୍ନରେ ନାଇଜର୍ କାର୍ଯ୍ୟକ୍ରମରେ ଯୋଗବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ଅପରାହ୍ଣରେ ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବେ । ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ।












Click it and Unblock the Notifications