ଡିସେମ୍ବରରେ ନିଜ ଗାଁ ପାହାଡ଼ପୁରକୁ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ !

ଆସନ୍ତା ଡିସେମ୍ବରରେ ନିଜ ଗାଁ ପାହାଡ଼ପୁରକୁ ଆସି ପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଡିସେମ୍ବର ୧୫ ତାରିଖରେ ନିଜ ଗାଁ ମୟୂରଭଂଜ ଜିଲ୍ଲାର ପାହାଡ଼ପୁରକୁ ଆସିବେ ବୋଲି ସୂଚନା ମିଳିଛି ।

ଭୁବନେଶ୍ୱର: ଆସନ୍ତା ଡିସେମ୍ବରରେ ନିଜ ଗାଁ ପାହାଡ଼ପୁରକୁ ଆସି ପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଡିସେମ୍ବର ୧୫ ତାରିଖରେ ନିଜ ଗାଁ ମୟୂରଭଂଜ ଜିଲ୍ଲାର ପାହାଡ଼ପୁରକୁ ଆସିବେ ବୋଲି ସୂଚନା ମିଳିଛି । ଏନେଇ ରାଷ୍ଟ୍ରପତିଙ୍କ ନିକଟତମ ମହଲରୁ ସୂଚନା ମିଳିଛି । ତେବେ ରାଷ୍ଟ୍ରପତିଙ୍କ ଆଗମନ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏଯାଏଁ କିଛି ସ୍ପଷ୍ଟ କରାଯାଇ ନାହିଁ । ଗତ କିଛି ଦିନ ତଳେ ମହାମହିମ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସିଥିଲେ । ୨ ଦିନିଆ ଗସ୍ତରେ ଆସି ରାଷ୍ଟ୍ରପତି ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

 President Draupadi Murmu

ଭୁବନେଶ୍ବର ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ । ପରେ ବିମାନ ବନ୍ଦରରେ ଗାର୍ଡ ଅଫ ଅନର ଦିଆଯିବା ପରେ ପୁରୀ ଅଭିମୁଖେ ବାହାରିଥିଲେ ରାଷ୍ଟ୍ରପତି । ଭୁବନେଶ୍ବର ବିମାନ ବନ୍ଦରରୁ ରାଷ୍ଟ୍ରପତି ସ୍ବତନ୍ତ୍ର ବିମାନରେ ପୁରୀ ଗସ୍ତରେ ଯାଇ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିଥିଲେ । ପରେ ଶ୍ରୀମନ୍ଦିର ଯାଇ ଜଗା ଦର୍ଶନ କରିଥିଲେ । ବଡ଼ ଦାଣ୍ଡରେ ପହଞ୍ଚିବା ପୂର୍ବରୁ ମହାପ୍ରଭୁଙ୍କ ପାଇଁ ଭାବବିହ୍ୱଳ ହୋଇ ପଡ଼ିଥିଲେ ମହାମହିମ ରାଷ୍ଟ୍ରପତି । ସିଂହଦ୍ୱାରର ବହୁ ପୂର୍ବରୁ କାରକେଡ୍ ରଖି ବଡ଼ଦାଣ୍ଡରେ ଚାଲିଲେ ଓ ମହାପ୍ରଭୁଙ୍କ ଉଦେଶ୍ୟରେ ହାତ ଟେକିଲେ ।

ପରେ ସିଂହଦ୍ୱାର ସାମନାରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ରାଷ୍ଟ୍ରପତିଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କଲେ ଗଜପତି ମହାରାଜ । ସିଂହଦ୍ୱାର ସମାନାରେ ମୁଣ୍ଡ ଲଗାଇ ପ୍ରଣିପାତ କଲେ । ଶ୍ରୀମନ୍ଦିରରୁ ବାହାରି ସେଠାରୁ ସିଧା ରାଜଭବନ ଯାଇଛନ୍ତି ରାଷ୍ଟ୍ରପତି । ରାଜଭବନରେ ପହଞ୍ଚି ମହାପ୍ରସାଦ ସେବନ କରିଥିଲେ ରାଷ୍ଟ୍ରପତି ମୁର୍ମୁ ।

ପରେ ଦ୍ୱିତୀୟ ଦିନରେ ରାଜଧାନୀର ଦୁଇଟି ବିଦ୍ୟାଳୟରେ କିଛି ସମୟ ବିତାଇଥିଲେ ରାଷ୍ଟ୍ରପତି। ପ୍ରଥମେ ସେ ଖଣ୍ଡଗିରି ସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରିଥିଲେ। ସେଠାରେ ପ୍ରାୟ ୧୫ ମିନିଟ୍ ଧରି ରହିବା ପରେ ସେଠାରେ ଥିବା ଏକ ହଲରେ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ଛାତ୍ରଛାତ୍ରୀ ହାତ ତିଆରି ଏକ ପେଣ୍ଟିଂକୁ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ । ପରେ ଭୁବନେଶ୍ୱର ୟୁନିଟ୍-୨ ଗାର୍ଲସ୍ ହାଇସ୍କୁଲ ପରିଦର୍ଶନ କରିଥିଲେ । ଦିନେ ଯେଉଁଠି ଛାତ୍ରୀ ଜୀବନ କଟାଇଥିଲେ, ସେଠାକୁ ଯାଇଥିଲେ ଦେଶର ପ୍ରଥମ ନାଗରିକ । ୧୯୭୦ରୁ ୭୪ ଯାଏଁ ଅଷ୍ଟମରୁ ଏକାଦଶ ପଢ଼ିଥିଲେ ଓ ହଷ୍ଟେଲରେ ରହୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କହିରଖୁ କି, ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+