ରଥଯାତ୍ରା ଦେଖିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; କ'ଣ ରହିଛି ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ପୁରୀରେ ରଥଯାତ୍ରା ଦେଖିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜୁଲାଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ଆସନ୍ତା ୬ ତାରିଖ ଦିନ ଓଡ଼ିଶାରେ ପହଞ୍ଚିବେ ମହାମହିମ ରାଷ୍ଟ୍ରପତି ।

ଜୁଲାଇ ୬ରେ ଓଡ଼ିଶାରେ ପହଞ୍ଚିବା ପରେ ପ୍ରଥମେ ଗୋପବନ୍ଧୁଙ୍କ ୯୭ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ । ତା'ପରଦିନ ଅର୍ଥାତ ୭ ତାରିଖ ରଥଯାତ୍ରା ଦିନ ପୁରୀକୁ ଗସ୍ତ କରିବା ସହ ସେହିଦିନ ଅପରାହ୍ନରେ ରଥଯାତ୍ରା ଦେଖିବେ ମହାମହିମ ଦ୍ରୌପଦୀ ମୁର୍ମୁ ।

ଏହାପରେ ଜୁଲାଇ ୮ ତାରିଖ ଦିନ ସକାଳୁ ପୁରୀ ବେଳାଭୂମିରେ ମର୍ଣ୍ଣିଂ ୱାକ୍ କରିବାର କାର୍ଯ୍ୟକ୍ରମ ରହିଛି । ଏପରିକି ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ମଧ୍ୟ ପରିଦର୍ଶନ କରିବେ ମହାମହିମ ଦ୍ରୌପଦୀ ମୁର୍ମୁ । ଜୁଲାଇ ୯ ତାରିଖରେ ନାଇଜର ସ୍ନାତକ ସମାରୋହରେ ଯୋଗଦେବେ ।

President Draupadi Murmu

ଜୁଲାଇ ୭ ଓ ୮ ଦୁଇ ଦିନ ଧରି ରଥଯାତ୍ରା ଚାଲିବାକୁ ଥିବାରୁ ଉଭୟ ପୁଲିସ ପ୍ରଶାସନ ଓ ନୂଆ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ଏହି ସମୟରେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଏହାକୁ ସୁରୁଖୁରରେ ସମ୍ପାଦନ କରିବାକୁ ଜୋରଦାରରେ ପ୍ରସ୍ତୁତି ହୋଇଛି ।

ରାଷ୍ଟ୍ରପତିଙ୍କ ଗସ୍ତ ଓ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ରହଣୀଠୁ ଆରମ୍ଭ କରି ସବୁ କାର୍ଯ୍ୟକ୍ରମରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗତକାଲି ନବନିଯୁକ୍ତ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ଉନ୍ନୟନ କମିଶନର, ଗୃହ ସଚିବ, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ, ପୁଲିସ ଡିଜିଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ପୁରୀ, ଖୋର୍ଦ୍ଧା ଜିଲ୍ଲାପାଳ ଓ ପୁଲିସ ମୁଖ୍ୟଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି ।

ରାଷ୍ଟ୍ରପତିଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ଜୁଲାଇ ୬: ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଗୋପବନ୍ଧୁଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ

ଜୁଲାଇ ୭: ପୁରୀ ଗସ୍ତ, ଅପରାହ୍ନରେ ଦେଖିବେ ରଥଯାତ୍ରା

ଜୁଲାଇ ୮: ସମୂଦ୍ର କୂଳରେ ପ୍ରାତଃ ଭ୍ରମଣ କରିବେ ମହାମହିମ

ଜୁଲାଇ ୮: ପୂର୍ବାହ୍ନରେ ଫେରିବେ ଭୁବନେଶ୍ୱର

ଜୁଲାଇ ୮: ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପରିଦର୍ଶନ

ଜୁଲାଇ ୮: ବି.କେ ଆର୍ଟ କଲେଜର ଛାତ୍ରାଛାତ୍ରୀଙ୍କ ସହ କଥାହେବେ

ଜୁଲାଇ ୮: ଅପରାହ୍ନରେ ମେଣ୍ଢାଶାଳ ହରିଡାମଡା ସ୍ଥିତ ଡିଆରସିରେ ଏକ କାର୍ୟ୍ୟକ୍ରମରେ ଯୋଗଦେବେ

ଜୁଲାଇ ୯: ପୂର୍ବହ୍ନ ସ୍ଥିତ ଜଟଣୀରେ ଥିବା ନାଇଜରର ଏକ କାର୍ୟ୍ୟକ୍ରମରେ ସାମିଲ ହେବେ

ଜୁଲାଇ ୯: ଅପରାହ୍ନରେ ଦିଲ୍ଲୀ ଫେରିଯିବେ ମହାମହିମ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+