Get Updates
Get notified of breaking news, exclusive insights, and must-see stories!

ଓଡିଶାରେ ରାଷ୍ଟ୍ରପତି: ବଡଦାଣ୍ଡରେ ଚାଲିଚାଲି ଗଲେ ମହାମହିମ, ଶ୍ରୀମନ୍ଦିରରେ କଲେ ଜଗା ଦର୍ଶନ

ବଡ଼ ଦାଣ୍ଡରେ ପହଞ୍ଚିବା ପୂର୍ବରୁ ମହାପ୍ରଭୁଙ୍କ ପାଇଁ ଭାବବିହ୍ୱଳ ହୋଇ ପଡ଼ିଥିଲେ ମହାମହିମ ରାଷ୍ଟ୍ରପତି । ସିଂହଦ୍ୱାରର ବହୁ ପୂର୍ବରୁ କାରକେଡ୍ ରଖି ବଡ଼ଦାଣ୍ଡରେ ଚାଲିଲେ ଓ ମହାପ୍ରଭୁଙ୍କ ଉଦେଶ୍ୟରେ ହାତ ଟେକିଲେ ।

ଭୁବନେଶ୍ୱର: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବର ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ । ପରେ ବିମାନ ବନ୍ଦରରେ ଗାର୍ଡ ଅଫ ଅନର ଦିଆଯିବା ପରେ ପୁରୀ ଅଭିମୁଖେ ବାହାରିଥିଲେ ରାଷ୍ଟ୍ରପତି ।

President Draupadi Murmu

ଭୁବନେଶ୍ବର ବିମାନ ବନ୍ଦରରୁ ରାଷ୍ଟ୍ରପତି ସ୍ବତନ୍ତ୍ର ବିମାନରେ ପୁରୀ ଗସ୍ତରେ ଯାଇ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିଥିଲେ । ପରେ ଶ୍ରୀମନ୍ଦିର ଯାଇ ଜଗା ଦର୍ଶନ କରିଥିଲେ । ବଡ଼ ଦାଣ୍ଡରେ ପହଞ୍ଚିବା ପୂର୍ବରୁ ମହାପ୍ରଭୁଙ୍କ ପାଇଁ ଭାବବିହ୍ୱଳ ହୋଇ ପଡ଼ିଥିଲେ ମହାମହିମ ରାଷ୍ଟ୍ରପତି । ସିଂହଦ୍ୱାରର ବହୁ ପୂର୍ବରୁ କାରକେଡ୍ ରଖି ବଡ଼ଦାଣ୍ଡରେ ଚାଲିଲେ ଓ ମହାପ୍ରଭୁଙ୍କ ଉଦେଶ୍ୟରେ ହାତ ଟେକିଲେ ।

ବଳଗଣ୍ଡି ଛକରୁ କାରରୁ ଓହ୍ଲାଇପଡ଼ିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରୁ ସେ ଚାଲି ଚାଲି ଯାଇ ଶ୍ରୀମନ୍ଦିରରେ ପହଞ୍ଚିଲେ । ଆଉ ରାସ୍ତାରେ ଗଲାବେଳେ କୁନି କୁନି ସ୍କୁଲ ପିଲାଙ୍କ ସହ ହାତ ମେଳାଇଥିଲେ ଆଉ କଥା ହୋଇଥିଲେ । କୁନି କୁନି ପିଲାଙ୍କୁ ଦେଖିବା ପରେ ରାଷ୍ଟ୍ରପତି ଖୁବ୍‌ ଖୁସି ଜଣାପଡ଼ୁଥିଲେ । ଖାଲି ସେତିକି ନୁହେଁ ଚାଲି ଚାଲି ଗଲା ବେଳେ ସାଧାରଣ ଲୋକଙ୍କୁ ହାତ ହଲାଇ ଜଣାଇଥିଲେ ଅଭିବାଦନ ।

ପରେ ସିଂହଦ୍ୱାର ସାମନାରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ରାଷ୍ଟ୍ରପତିଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କଲେ ଗଜପତି ମହାରାଜ । ସିଂହଦ୍ୱାର ସମାନାରେ ମୁଣ୍ଡ ଲଗାଇ ପ୍ରଣିପାତ କଲେ । ଶ୍ରୀମନ୍ଦିରରୁ ବାହାରି ସେଠାରୁ ସିଧା ରାଜଭବନ ଯାଇଛନ୍ତି ରାଷ୍ଟ୍ରପତି । ରାଜଭବନରେ ପହଞ୍ଚି ମହାପ୍ରସାଦ ସେବନ କରିବେ ରାଷ୍ଟ୍ରପତି ମୁର୍ମୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+