ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିଲେ ମହାମହିମ
ବାରିପଦା: ରାଷ୍ଟ୍ରପତିଙ୍କ ମୟୁରଭଞ୍ଜ ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ । ଆଜି ଶିମିଳିପାଳ ବୁଲି ଦେଖିଛନ୍ତି ମହାମହିମ ରାଷ୍ଟ୍ରପତି ଦୌପଦୀ ମର୍ମୁ । ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ା କରାଯାଇଥିଲା । ସ୍ୱତନ୍ତ୍ର ଗାଡ଼ିରେ ଶିମିଳିପାଳ ବୁଲି ଦେଖିଛନ୍ତି ରାଷ୍ଟ୍ରପତି ।
ଏଥିପାଇଁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ କରାଯାଇଛି । ସନ୍ଧ୍ୟାରେ ଅଭୟାରଣ୍ୟ ବୁଲିସାରି ବାରିପଦା ଗେଷ୍ଟ ହାଉସରେ ବିଶ୍ରାମ ନେବେ ମହାମହିମ । ଏହା ପୂର୍ବରୁ ରାଇରଙ୍ଗପୁରରେ ଥିବା ଶିବମନ୍ଦିର ଓ ଜଗନ୍ନାଥ ମନ୍ଦିର ଦର୍ଶନ କରିଥିଲେ ।

ମଧ୍ୟାହ୍ନ ଭୋଜନରେ ରାଷ୍ଟ୍ରପତିଙ୍କ ପାଇଁ ମେନ୍ୟୁରେ ଭଳି କି ଭଳି ଖାଦ୍ୟ ସାମିଲ କରାଯାଇଛି । ମୋଗେଇ ଚାଉଳର ଭାତ ସହ ଡାଲି ପଞ୍ଚ ମେଳନ, ପୋଟଳ କୁରମା, ଶାଗଭଜା ଓ ପରିବା ଭଜା ବ୍ୟବସ୍ଥା କରାଯାଇଥିଲା । ଏସବୁ ବିନା ପିଆଜ ରସୁଣରେ ରନ୍ଧା ଯାଇଥିଲା । ଆସନ୍ତାକାଲି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶତମ ସମାର୍ବତନ ଉତ୍ସବରେ ଦେବେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ।
ପରେ ସେହିଦିନ ନୂଆଦିଲ୍ଲୀ ଫେରିଯିବେ ମହାମହିମ । ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଗତକାଲି ମହୁଲଡିହା ଠାରେ ଥିବା ବାସଭବନରେ ରାତ୍ରୀ ଯାପନ କରିଥିଲେ।












Click it and Unblock the Notifications