ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମହାଦେବଙ୍କ ଦର୍ଶନ ସହ କଲେ ଜଳାଭିଷେକ
ଶ୍ରୀଲିଙ୍ଗ ରାଜ ମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମନ୍ଦିରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କଲେ ୪ ନିଯୋଗ ସମ୍ପାଦକ । ଚାଲିଚାଲି ବିନ୍ଦୁ ସାଗରରୁ ଆସି ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଲେ ମହାମହିମ ।

ଭୁବନେଶ୍ୱର:ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ଶ୍ରୀଲିଙ୍ଗ ରାଜ ମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମନ୍ଦିରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କଲେ ୪ ନିଯୋଗ ସମ୍ପାଦକ । ଚାଲିଚାଲି ବିନ୍ଦୁ ସାଗରରୁ ଆସି ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଲେ ମହାମହିମ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଉପସ୍ଥିତ ଥିଲେ । ଜଳାଭିଷେକ ସହ ମହାଦେବଙ୍କ ପୂଜାର୍ଚ୍ଚନା କରୁଛନ୍ତି ରାଷ୍ଟ୍ରପତି । ସେବାୟତଙ୍କ ପକ୍ଷରୁ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରିୟ କୋଠ ଭୋଗ, ମୁଆଁ ଏବଂ କୋରାଖଇ ଭେଟି ଦେବେ ସେବାୟତ । ମନ୍ଦିରରେ ରାଷ୍ଟ୍ରପତି ପ୍ରାୟ ୪୫ ମିନିଟ୍ ରହିବାର ସୂଚନା ରହିଛି ।
ଦର୍ଶନ ସାରି ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ସେଠୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କଟକ ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ପହଁଞ୍ଚିବେ । ସେଠାରେ ଆୟୋଜିତ ଇଣ୍ତିଆନ୍ ରାସ କଂଗ୍ରେସ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ମହାମହିମ । ପରେ ପ୍ରାୟ ୧ ଘଣ୍ଟା ଏହି କାର୍ଯ୍ୟକ୍ରମରେ ରହି ସିଧା ଭୁବନେଶ୍ୱର ଫେରିଆସି ଅପରାହ୍ନରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ।












Click it and Unblock the Notifications