ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ:ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ ମହାମହିମ

ରାଇରଙ୍ଗପୁର: ରାଷ୍ଟ୍ରପତିଙ୍କ ତିନି ଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ଆଜି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ରାଇରଙ୍ଗପୁର ମୁର୍ମୁ ଛକ ନିକଟସ୍ଥ ଶିବମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ପଣ୍ତିମ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଦିନ ପ୍ରାୟ ୧୨ଟାରେ ଶିମିଳିପାଳରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରେ ପାଖାପାଖି ୨ ଘଣ୍ଟା ୩୦ ମିନିଟ୍ ସମୟ ବିତାଇବେ ।

ସୂଚନାଥାଉ ଯେ, ପ୍ରଥମ ଦିନ ନିଜ ଘରେ ରାତ୍ରିଯାପନ କରିଥିଲେ ଦୌପଦୀ ମୁର୍ମୁ । ଗତ ସଂଧ୍ୟାରେ ରାଇରଙ୍ଗପୁରରେ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ଦେବା ପରେ ରାଷ୍ଟ୍ରପତି ମହୁଲଡିହା ଘରେ ପହିଞ୍ଚି ଥିଲେ । ପୂର୍ତ୍ତ ବିଭାଗ ଆଇବିରେ ରାଷ୍ଟ୍ରପତିଙ୍କର ରାତ୍ରୀଯାପନ ପାଇଁ ବ୍ୟବସ୍ଥା ଥିଲା ହେଲେ ଏହା ବଦଳରେ ସେ ନିଜ ଘରେ ରହିଥିଲେ । ରାଷ୍ଟ୍ରପତିଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

6 ତାରିଖ ସକାଳେ ରାଷ୍ଟ୍ରପତି ବାରିପଦା ତକତପୁରସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । କାର୍ଯ୍ୟକ୍ରମ ପରେ ହେଲିକପ୍ଟର ଯୋଗେ କଲେଇକୁଣ୍ଡା ଯିବେ ଏବଂ ସେଠାରୁ ଦିଲ୍ଲୀ ଫେରିଯିବେ ।

ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ନିଜ ଜନ୍ମମାଟିରେ ପାଦ ରଖିଛନ୍ତି ଦ୍ରୌପଦୀ ମୁର୍ମୁ । ତେଣୁ ଜନ୍ମମାଟିକୁ ସମ୍ମାନ ଦେଇ ଏଠାରେ ସେ ଚାଲି ଚାଲି ବୁଲୁଥିବାର ଦେଖିବାକୁ ମିଳିଥିଲା । ମାଡାମ ପ୍ରେସିଡେଣ୍ଟଙ୍କର ଗୋଟିଏ ଝଲକ ପାଇବା ପାଇଁ ଶହ ଶହ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+