ଆଜି ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ନୀଳମାଧବଙ୍କୁ କରିବେ ଦର୍ଶନ

ଆଜି ରାଷ୍ଟ୍ରପତିଙ୍କ ନୟାଗଡ଼ ଗସ୍ତ । କଣ୍ଟିଲୋରେ ପ୍ରଭୁ ନୀଳମାଧବଙ୍କ ଦର୍ଶନ କରିବା ପରେ ସ୍ଥାନୀୟ କାଳିଆପଲ୍ଲୀ ଗାଁରେ ଏକ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନଜରରେ ରଖି ନୀଳମାଧବଙ୍କ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । କାଳିଆପଲ୍ଲୀ ଗାଁରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

President Draupadi Murmu

ପଶ୍ଚିମଦ୍ୱାର ଦେଇ ପ୍ରଭୁ ନୀଳମାଧବଙ୍କ ଦର୍ଶନ କରିବେ ମହାମହିମ । ସେଥିପାଇଁ ମନ୍ଦିରରେ ରଙ୍ଗ ଦିଆଯାଇଛି । ପଶ୍ଚିମ ଦ୍ୱାର ସଂଲଗ୍ନ ରାସ୍ତାକୁ ନୂଆ ରୂପ ଦିଆଯାଉଛି । ଲିଫ୍ଟକୁ କାର୍ଯ୍ୟକ୍ଷମ କରାଯାଇଛି । ସେବାୟତଙ୍କ ନିମନ୍ତ୍ରଣ ରକ୍ଷା କରି ରାଷ୍ଟ୍ରପତି ପ୍ରଥମଥର ପାଇଁ ନୀଳମାଧବଙ୍କ ଦର୍ଶନ ପାଇଁ ଆସୁଥିବାରୁ ମନ୍ଦିର ପୂଜକ ସମାଜ ଉତ୍ସାହିତ ଅଛନ୍ତି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଓ ଏସ୍‌ପି ଏସ. ସୁଶ୍ରୀ ସମସ୍ତ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ହେଲିପ୍ୟାଡ୍‌ , ନୀଳମାଧବ ମନ୍ଦିର ଓ ସମାବେଶ ସ୍ଥଳକୁ ତନତନ କରି ଯାଞ୍ଚ କରିଛନ୍ତି । ନୀଳମାଧବଙ୍କ ଦର୍ଶନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶବର ରାଜା ବିଶ୍ୱାବସୁଙ୍କ ଗାଁ କାଳିଆପଲ୍ଲୀରେ ଆୟୋଜିକ କାର୍ଯ୍ୟକ୍ରମରେ ସାମିଲ ହେବେ । ବିଶ୍ୱାବସୁ ସମାଜ ପକ୍ଷରୁ ସମାବେଶର ଆୟୋଜନ କରାଯାଉଛି । ବର୍ଷବର୍ଷ ଧରି ବିଭିନ୍ନ ମୌଳିକ ସମସ୍ୟାରେ ଘାଣ୍ଟି ହେଉଥିବା କାଳିଆପଲ୍ଲୀ ଗାଁକୁ ସତେ ଯେମିତି ବିକାଶର ବାଟ ଫିଟିଛି ।

ଅବହେଳିତ ଅବସ୍ଥାରେ ଗଛମୂଳେ ପୂଜା ପାଉଥିବା ବିଶ୍ୱାବସୁଙ୍କ ସ୍ଥାନକୁ ପାହାଚ ନିର୍ମାଣ କରାଯାଇଛି। ଯଜ୍ଞ ଗୃହ ନିର୍ମାଣ ସହ ବିଦ୍ୟୁତ୍‌ ସଂଯୋଗ ହୋଇଛି । ବାତ୍ୟା ଆଶ୍ରୟସ୍ଥଳକୁ ରଙ୍ଗ କରାଯାଇଛି । ମହାମହିମଙ୍କ ଦ୍ୱାରା ଉଦଘାଟନ୍‌ ହେବାକୁ ଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ପ୍ରସ୍ତୁତ କରାଯାଉଛି । ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ପୁରା ଗାଁ ପ୍ରସ୍ତୁତ ହୋଇ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+