ଜନ୍ମମାଟି ପ୍ରତି କୃତଜ୍ଞତାରେ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି, କହିଲେ- ଏ ମାଟି ପାଖରେ ମୁଁ ଚିର ଋଣୀ

ରାଇରଙ୍ଗପୁର: ରାଷ୍ଟ୍ରପତି ପରେ ଆଜି ପ୍ରଥମ ଥର ନିଜ ଜନ୍ମମାଟିରେ ପାଦ ଥାପିଛନ୍ତି ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ । ଆଜିଠାରୁ ୩ ଦିନିଆ ମୟୁରଭଞ୍ଜ ଗସ୍ତରେ ଥିବା ବେଳେ ସେ ନିଜ ଗାଁରେ ପହଞ୍ଚିଛନ୍ତି ।

ତେବେ ଆଜି ସନ୍ଧ୍ୟାରେ ରାଇରଙ୍ଗପୁରରେ ସମ୍ବବର୍ଦ୍ଧନା ସଭାରେ ମହାମହିମ୍‌ ଭାବବିହ୍ୱଳ ହୋଇ ପଡ଼ିଛନ୍ତି । କହିଛନ୍ତି, 'ସମୟ ବଡ଼ ବଳବାନ, ଯାହା ପାଇଛି, ତାହା ଆପଣମାନଙ୍କ ପାଇଁ । ଉପରବେଡାରେ ଜନ୍ମ ହୋଇଥିଲେ ବି ରାଇରଙ୍ଗପୁରରେ ଦ୍ୱିତୀୟ ଜନ୍ମ । ବାପା ମାଆ ସେତେ ପାଠ ପଢ଼ି ନଥିଲେ ବି ପାଠର ଗୁରୁତ୍ୱ ବୁଝିଥିଲେ । ସେଥିପାଇଁ ବାପା ମାଆ ମୋତେ ପାଠ ପଢ଼ାଇଲେ, ଚାକିରି କଲି । ପରବର୍ତ୍ତୀ ପର୍ଯ୍ୟାୟରେ ଚାକିରି ଛାଡ଼ି ଅନରାରୀ ଶିକ୍ଷକତା କଲି ।

President Draupadi Murmu

ଏହାପରେ କାଉନସିଲର ଓ ପରେ ପରେ ଭାଇସ ଚେୟାରମ୍ୟାନ ହେଲି । ୩ ବର୍ଷ ପୂରି ନ ଥିଲା ଆପଣମାନେ ମୋତେ ବିଧାନସଭା ପଠାଇଲେ । ଏ ମାଟି ପାଖରେ ମୁଁ ଚିର ଋଣୀ, ସେ ଋଣ ଶୁଝିବାକୁ ମୁଁ ଚେଷ୍ଟା କରୁଛି । ଆଜି ମୁଁ ଯାହା ହୋଇଛି, ସବୁ ଏଇ ମାଟି ପାଇଁ । ଏ ମାଟିର ଋଣ ମୋ ଉପରେ ମଲ୍ଟିପ୍ଲାଏ ହୋଇଚାଲିଛି । ଏ ମାଟିର ଋଣ ଶୁଝିବାକୁ ମୋତେ କେତେ ଜନ୍ମ ଯେ ଲାଗିବ, ଜାଣିନି । ଏ ମାଟିର ନାଁ କେତେ ରଖିବି ଜାଣିନି, କିନ୍ତୁ କେବେ ବଦନାମ କରିବିନି । '

ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ନିଜ ଜନ୍ମମାଟିରେ ପାଦ ରଖିଛନ୍ତି ଦ୍ରୌପଦୀ ମୁର୍ମୁ । ତେଣୁ ଜନ୍ମମାଟିକୁ ସମ୍ମାନ ଦେଇ ଏଠାରେ ସେ ଚାଲି ଚାଲି ବୁଲୁଥିବାର ଦେଖିବାକୁ ମିଳିଛି । ଏହି ଅବସରରେ ପ୍ରଥମ ହାଟଦଡାବାଦ ସ୍ଥିତ ବ୍ରହ୍ମାକୁମାରୀ କେନ୍ଦ୍ରକୁ ଯାଇ ସେଠାରେ ନିଶାମୁକ୍ତ ଓଡିଶାର ଶୁଭାରମ୍ଭ କରିବା ସହ ମଧ୍ୟାହ୍ନ ଭୋଜନ କରିଥିଲେ ରାଷ୍ଟ୍ରପତି ।

ସେପଟେ ମାଡାମ୍ ରାଷ୍ଟ୍ରପତିଙ୍କୁ ଏତେ ପାଖରୁ ଦେଖି ଖୁସି କହିଲେ ନସରେ । ଶହ ଶହ ସଂଖ୍ୟାରେ ଲୋକେ ବାଦାମପାହାଡ଼ ହେଲିପେଡଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁର ଯାଏଁ ରୁଢ଼ ହୋଇଥିଲୋ । ଆଜିର କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଖଣି ପ୍ରଫୁଲ୍ଲ ମଲ୍ଲିକଙ୍କ ସମେତ ଅନେକ ସ୍ଥାନୀୟ ନେତା ଓ ବ୍ୟକ୍ତିବିଶେଷ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+