Get Updates
Get notified of breaking news, exclusive insights, and must-see stories!

ସମୃଦ୍ଧ ଭାରତକୁ ସୁସମୃଦ୍ଧ କରିବାର ଅଭିଯାନ ଓଡ଼ିଶାରୁ ଆରମ୍ଭ ହେଉ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଜଭବନରେ ଆୟୋଜିତ ହୋଇଛି ରାଷ୍ଟ୍ରପତିଙ୍କୁ ନାଗରିକ ସମ୍ବର୍ଦ୍ଧନା ଉତ୍ସବ । ରାଜ୍ୟବାସୀଙ୍କ ତରଫରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ବର: ରାଜଭବନରେ ଆୟୋଜିତ ହୋଇଛି ରାଷ୍ଟ୍ରପତିଙ୍କୁ ନାଗରିକ ସମ୍ବର୍ଦ୍ଧନା ଉତ୍ସବ । ରାଜ୍ୟବାସୀଙ୍କ ତରଫରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଷ୍ଟ୍ରପତି ହେବାପରେ ପ୍ରଥମ ଥର ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

President Draupadi Murmu

ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ମହାମହିମ ଆପଣଙ୍କ ସଫଳତା ଭିତରେ ପ୍ରତିଟି ଓଡ଼ିଆ ଦେଖୁଛି ନିଜ ସଫଳତା । ପ୍ରଥମଥର ପାଇଁ ଓଡ଼ିଶାରୁ ଜଣେ ମହିଳା ଦେଶର ପ୍ରଥମ ନାଗରିକ ହୋଇଛନ୍ତି' । 'ରାଇରଙ୍ଗପୁରରୁ ରାଇସିନା ହିଲ୍ସକୁ ତାଙ୍କ ଯାତ୍ରା ପାଇଁ ପ୍ରତିଟି ଓଡ଼ିଆ ଆଜି ଗର୍ବିତ' । ଜୀବନରେ ବିଗ୍ ଡ୍ରିମ୍ ପାଇଁ ପ୍ରେରଣା ଦେଉଛନ୍ତି ରାଷ୍ଟ୍ରପତି । ଓଡ଼ିଶା ଆଜି ଆପଣଙ୍କ ଗର୍ବିତ ବୋଲି ଅଭିବାଦନ ଦେଇ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।


ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ

ରାଷ୍ଟ୍ରପତି 'ଜୟ ଜଗନ୍ନାଥ' କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ, ରାଷ୍ଟ୍ରପତି ହେଲା ପରେ ଜନ୍ମମାଟିକୁ ପ୍ରଥମ ଆଗମନ କରିଛି। ଆପଣଙ୍କର ଶ୍ରଦ୍ଧା ଓ ଭଲ ପାଇବା ଅଭିଭୂତ କରିଛି। ଏପରି ଏକ ଭବ୍ୟ ଉତ୍ସବର ଆୟୋଜନ କରିଥିବାରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି।

ନିଜ ମାଟିର ମୋହରେ ଭିନ୍ନତା ରହିଛି। ନିଜ ମାଟିର ଆକର୍ଷଣ ନିଆରା ମଧ୍ୟ। ନିଜ ମାଟି 'ଓଡ଼ିଶା'କୁ ଆସି ମୁଁ ଆଜି ଆନନ୍ଦିତ। ସ୍ଥାନୀୟ ରାଜଭବନରେ ଓଡ଼ିଶା ସରକାରଙ୍କ ତରଫରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ଏହା କହିଛନ୍ତି।

ରାଜଭବନରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ କହିଥିଲେ- ଆପଣଙ୍କ ସ୍ନେହ , ଶ୍ରଦ୍ଧା ମୋତେ ଅଭିଭୁତ କରିଛି । ଆଜି ପୁରୀ ଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛି । ବିଶ୍ୱବାସୀଙ୍କ ମଙ୍ଗଳ ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛି । ଦାତା ପଣରେ ଜଗନ୍ନାଥଙ୍କ ସରି କେହି ନାହାଁନ୍ତି । ପୁରୀର ଏଏସଆଇର ସର୍କଲ ଅଫିସ ଖୋଲା ଯାଇଥିବାରୁ ମୁଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ଭାରତର ପ୍ରତି ପ୍ରଦେଶ ମୋତେ ଆଉଣାଇଛି ।

ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁଙ୍କ ଆଦର୍ଶ ମୋତେ ଅନୁପ୍ରାଣିତ କରିଛି । ଯେଉଁଠି ଥିଲେ ମଧ୍ୟ ନିଜ ମାଟିର ମହକରେ ଭିନ୍ନତା ରହିଛି । ତଥାପି ନିଜ ଅଞ୍ଚଳର ଦିଗ ଦିଗନ୍ତ୍ରର ସୌନ୍ଦର୍ଯ୍ୟ ନିଆରା । ଓଡ଼ିଶା ଆସି ମୁଁ ଅତ୍ୟନ୍ତ ଆନନ୍ଦିତ । ଭାରତ ବର୍ଷର ଭୂଗୋଳ ଓ ଇତିହାସଲେର ଓଡିଶା ନିଜର ସ୍ୱତନ୍ତ୍ର ସ୍ଥାନ ବତଜାୟ ରଖିଛି । ଚିଲିକା ପରି ହ୍ରଦ, ଶିମିଳିପାଳ ପରି ଜୈବ ବିବିଧତା ଓ ଭିତରକନିକା ପରି ଜାତୀୟ ଉଦ୍ୟାନ ଆମ ପାଖରେ ରହିଛି । ଓଡିଶାର ଗୌରବମୟ ଇତିହାସ ଓ ସଂସ୍କୃତି ଭାରତକୁ ମହାନ କରିଛି । ଓଡିଶା ମାଟିରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଛନ୍ତି ।

ପରାକ୍ରମୀ ସମ୍ରାଟ ଖାରବେଳ ଅହିଂସାର ପୂଜାରୀ ଥିଲେ । ଭାରତ ବର୍ଷର ନୌବାଣିଜ୍ୟରେ ଓଡିଶାର ଦାନ ଅପୂରଣୀୟ । ଓଡିଶା ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ । ଇତିହାସକାର କୁହନ୍ତି ୧୮୧୭ ମସିହାରେ ପ୍ରଥମ ବ୍ରିଟିସ ବିରୋଧି ଆନ୍ଦୋଳନ ଓଡିଶାରୁ ସୃଷ୍ଟି ହୋଇଥିଲା । ଭାରତର ସଂଗ୍ରାମୀ ଇତିହାସରେ ଓଡିଶାର ଅବଦାନ ବନ୍ଦନୀୟ । ରମାଦେବୀ , ସାରଳାଦେବୀ, ମାଳତୀ ଦେବୀଙ୍କ ଭଳି ନାରୀ ନେତ୍ରୀ ଓଡିଶାରୁ ସୃଷ୍ଟି ହୋଇଥିଲେ । ଓଡିଶାରେ ଲବଣ ସତ୍ୟାଗ୍ରହ, ଭାରତଛାଡ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା । ଭଦ୍ରକର ଇରମରେ ଦ୍ୱିତୀୟ ଜାଲିୱାନାବାଗ ହତ୍ୟା କାଣ୍ଡ ଘଟିଥିଲା । ଦେଶୀୟ ରାଜ୍ୟ ମିଶ୍ରଣରେ ଓଡିଶାର ଅବଦାନ ସର୍ବାଗ୍ରେ । ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଭୂମିକା ଯୋଗୁଁ ଓଡିଶାରେ ଦେଶୀୟ ରାଜ୍ୟ ମିଶ୍ରଣ ସମ୍ଭବ ପର ହୋଇପାରିଥିଲା । ଓଡିଶାରୁ ଆରମ୍ଭ ହେଉ ଭାରତର ପ୍ରଗତୀ ।

ବିକାଶର ସୁଫଳ ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ପହଁଚିବା ଦରକାର । ସମାଜର ଶେଷ ଧାଡିରେ ଠିଆ ହୋଇଥିବା ଲୋକ ପାଖରେ ଯୋଜନା ପହଁଚିବା ଦରକାର । ରାଜ୍ୟ ଗୁଡିକରେ ବିକାଶରେ ଭାରତର ବିକାଶ । ତେଣୁ ଏହି ବିକାଶ ପକ୍ରିୟା ଓଡିଶାରୁ ଆରମ୍ଭ ହଉ ବୋଲି କାମନା କରିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସମାରୋହରେ ରାଷ୍ଟ୍ରପତିଙ୍କୁ ବିଭିନ୍ନ ବର୍ଗ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜ୍ୟପାଳ ଗଣେଶୀ ଲାଲ ବୋଇତ ବନ୍ଦାଣର ସ୍ମାରକୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଣାର୍କ ଚକ୍ର, ଧର୍ମେନ୍ଦ୍ର ପ୍ରଧାନ ଡୋକ୍ରା ଆଦିବାସୀ ନୃତ୍ୟର ସ୍ମାରକୀ, ମୁଖ୍ୟ ବିଚାରପତି ଏସ୍ ମୁରଲୀଧରନ ସ୍ବତନ୍ତ୍ର ଉପହାର ଦେଇ ସମ୍ବର୍ଦ୍ଧନା ଦେଇଥିଲେ। ସେହିପରି ବାଚସ୍ପତି ବିକ୍ରମ କେଶରୀ ଆରୁଖ 'ସଉରା ଚିତ୍ରକଳା', ବିଏମସି ମେୟର ସୁଲୋଚନା ଦାସ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଆଦିବାସୀ ନେତା ବିନୟ କୁମାର ଟପ୍ପୋ, ମାଣ୍ଡିଆ ଚାଷୀ ଶ୍ରୀମତୀ ସୁବାସ ମହାନ୍ତ, ସୁସାହିତ୍ୟିକା ଡା. ପ୍ରତିଭା ରାୟ, ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ପୂର୍ଣ୍ଣିମା କିଞ୍ଚାଇ, ପଦ୍ମଭୂଷଣ ସୁଦର୍ଶନ ସାହୁ, ପଦ୍ମଶ୍ରୀ ଦିଲୀପ ତିର୍କୀ, ଡା. ଅଶୋକ କୁମାର ମହାପାତ୍ର, ପଦ୍ମଶ୍ରୀ ହଳଧର ନାଗ, ସମ୍ବଲପୁରୀ ବାନ୍ଧକଳା ଶିଳ୍ପୀ ସୁରେନ୍ଦ୍ର ମେହେର, ଓଡ଼ିଶୀ ନୃତ୍ୟ ଶିଳ୍ପୀ ଅରୁଣା ମହାନ୍ତି, ଉର୍ଦ୍ଦୁ କବି ଖୱାର ନକ୍ଭୀ, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଈଶ୍ବର ଚନ୍ଦ୍ର ନାୟକ ଓ ଫ୍ଲୋରେନ୍ସ ନାଇଟ୍ ଏଙ୍ଗେଲ ପୁରସ୍କାର ପ୍ରାପ୍ତ ପ୍ରେମଲତା ବାରିକ ମଧ୍ୟ ରାଷ୍ଟ୍ରପତିଙ୍କୁ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+