President Droupadi Murmu: ଅଲିମ୍ପିକ୍ସ ବିଜେତା ସାଇନାଙ୍କ ସହ ବ୍ୟାଡମିଣ୍ଟନ ଖେଳିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନିଆରା ଅନ୍ଦାଜରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବୁଧବାର ରାଷ୍ଟ୍ରପତି ଭବନରେ ବ୍ୟାଡମିଣ୍ଟନ କୋର୍ଟରେ ବ୍ୟାଡମିଣ୍ଟନ ଖେଳିଛନ୍ତି ମହାମହିମ ।
ବିଶ୍ୱ ମଞ୍ଚରେ ମହିଳା ଖେଳାଳିମାନେ ବଡ଼ ପ୍ରଭାବ ପକାଉଥିବା ବେଳେ ଭାରତ ଏକ ବ୍ୟାଡମିଣ୍ଟନ ଶକ୍ତିଶାଳୀ ଦେଶ ଭାବେ ଉଭା ହୋଇଛି । ଆଉ ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତିଙ୍କ ବ୍ୟାଡମିଣ୍ଟନ ଖେଳ ଏକ ପ୍ରେରଣାଦାୟକ ପଦକ୍ଷେପ ।
'ହର୍ ଷ୍ଟୋରି- ମେରି ଷ୍ଟୋରୀ'
ମହିଳା ପଦ୍ମ ପୁରସ୍କାର ବିଜେତାଙ୍କୁ ନେଇ ଆୟୋଜିତ 'ହର୍ ଷ୍ଟୋରି- ମେରି ଷ୍ଟୋରୀ' କାର୍ଯ୍ୟକ୍ରମରେ ଏପରି ବ୍ୟାଡମିଣ୍ଟନ ଖେଳିଥିଲେ ରାଷ୍ଟ୍ରପତି । ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସର ଅଫିସିଆଲ ହ୍ୟାଣ୍ଡେଲରେ ରାଷ୍ଟ୍ରପତି ଭବନର ଏକ କୋର୍ଟରେ ରାଷ୍ଟ୍ରପତି ମୁର୍ମୁ ବ୍ୟାଡମିଣ୍ଟନ ଖେଳୁଥିବାର ଏକ ଭିଡିଓ ମଧ୍ୟ ଜାରି କରାଯାଇଛି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟାଳୟ ପକ୍ଷରୁ 'ହର୍ ଷ୍ଟୋରି- ମେରୀ ଷ୍ଟୋରି' ସିରିଜ୍ ଆରମ୍ଭ କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ରାଷ୍ଟ୍ରପତି ଭବନରେ ଅନୌପଚାରିକ ଭାବବିନିମୟ ବିକଶିତ କରିବା ଏବଂ ପଛୁଆ ମହିଳା ସଫଳତା ହାସଲକାରୀଙ୍କ ସହିତ ବନ୍ଧୁତା ସୃଷ୍ଟି କରିବା ।
ଭାରତର ଶୀର୍ଷ ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ପ୍ୟାରିସ ଅଲମ୍ପିକ୍ସରେ ମହିଳା ଧ୍ୱଜାବାହକ ରହିବେ । ସେପଟେ ପ୍ୟାରିସ ଅଲମ୍ପିକ୍ସରେ, ଲଣ୍ଡନ ଅଲମ୍ପିକ୍ସରେ କାଂସ୍ୟ ଜିତିଥିବା ବନ୍ଧୁକଚାଳକ ଗଗନ ନାରଙ୍ଗ ବକ୍ସର ମେରିକମ୍ଙ୍କ ସ୍ଥାନରେ ଗ୍ରୀଷ୍ମକାଳୀନ ଅଲମ୍ପିକ୍ସ ପାଇଁ ଭାରତର 'ଶେଫ- ଡି- ମିଶନ' ଭାବରେ କାର୍ଯ୍ୟଭାର ସମ୍ଭାଳିବେ । ଭାରତୀୟ ଅଲମ୍ପିକ୍ସ ସଂଘର ଅଧ୍ୟକ୍ଷ ପିଟି ଉଷା କହିଛନ୍ତି ଯେ, ମେରିକମଙ୍କ ଇସ୍ତଫା ପରେ ନାରଙ୍ଗଙ୍କୁ ଏହି କାର୍ଯ୍ୟ ଦେବାରେ ଏକ ସୁନ୍ଦର ବିକଳ୍ପ ହୋଇ ପାରିଲା । ମେରିକମଙ୍କ ସ୍ଥାନରେ ସେ ହିଁ ସବୁଠୁ ଭଲ ବିକଳ୍ପ ବୋଲି ପିଟି ଉଷା ଜଣାଇଛନ୍ତି ।
ସେପଟେ ପିଟି ଉଷା ଆହୁରି କହିଛନ୍ତି ଯେ, ବ୍ୟାଡମିଣ୍ଟନ ଷ୍ଟାର ସିନ୍ଧୁଙ୍କ ସହ ଟେବୁଲ ଟେନିସର ହିରୋ ଶରତ କମଲ ଭାରତର ଧ୍ୱଜାବହାକ ରୂପେ କାର୍ଯ୍ୟ କରିବେ । ସେ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ଏହି ଯୋଡି ଭାରତ ପାଇଁ ଧ୍ୱଜା ଧରି ଭାରତକୁ ଗୌରାବାନ୍ୱିତ କରିବେ । ଅନ୍ତରାଷ୍ଟ୍ରୀୟ ଅଲମ୍ପିକ୍ସ ସଂଘ ଏଥର ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଧ୍ୱଜା ଧରିବା କାର୍ଯ୍ୟ ପାଇଁ ଅନୁମତି ଦେଇଛି । ଫଳରେ ଏ ଦୁହେଁ ଭାରତ ପକ୍ଷରୁ ଉଦଘାଟନୀ ସମାରୋହରେ ଧ୍ୱଜା ଧରିବେ ।
ଟୋକିଓ ଅଲମ୍ପିକ୍ସରେ ଭାରତ ପକ୍ଷରୁ ବକ୍ସର ମେରିକମ୍ ଓ ଭାରତର ପୂର୍ବତନ ହକି ଅଧିନାୟକ ମନପ୍ରୀତ ସିଂ ଧ୍ୱଜା ଧରିଥିଲେ । ସେପଟେ ପିଟି ଉଷା କହିଛନ୍ତି ଯେ ଏଥର ଭାରତ ପ୍ୟାରିସ ଅଲମ୍ପିକ୍ସରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବ । ପ୍ରକାଥାଉ ଯେ, ପ୍ୟାରିସ ଅଲମ୍ପିକ୍ସ ୨୭ ଜୁଲାଇରୁ ଆରମ୍ଭ ହୋଇ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ।












Click it and Unblock the Notifications