Get Updates
Get notified of breaking news, exclusive insights, and must-see stories!

କାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ

ରାଷ୍ଟ୍ରପତିଙ୍କ ଆଗମନ ପାଇଁ ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ, ଡିସିପି ଜଗମୋହନ ମୀନା ଓ ଅତିରିକ୍ତ କମିଶନର ନରସିଂହ ଭୋଳ ଏମ୍‌ସରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୫୦ ପ୍ଲାଟୁନ ଫୋର୍ସ ଭୁବନେଶ୍ୱରରେ ନିୟୋଜିତ ହେବେ । ୮ ଜଣ ଡିସିପି ର‌୍ୟାଙ୍କ ଅଫିସର, ୧୧ ଜଣ ଏଡିସିପି, ୩୧ ଜଣ ଏସିପି, ୪୪ ଇନ୍ସପେକ୍ଟର ଓ ୧୮୦ ଜଣ ଏସ୍‌ଆଇ ନିୟୋଜିତ ହେବେ । ସେହିପରି ଏମ୍‌ସ ଭୁବନେଶ୍ୱର, ରାଜଭବନ ଓ ବିଭିନ୍ନ ଟ୍ରାଫିକ ପୋଷ୍ଟ ଓ ଚେକ୍‌ପୋଷ୍ଟ୍‌ରେ ପୁଲିସ ଫୋର୍ସ ମୁତୟନ ରହିବେ ଡିସିପି ଶ୍ରୀ ମୀନା ସୂଚନା ଦେଇଛନ୍ତି । ରବିବାର ପୁଲିସର କାର୍‌କେଡ୍‌ ରିହର୍ସାଲ୍‌ କରାଯିବ ।

President draupadi murmu Odisha tomorrow

ପ୍ରକାଶଥାଉକି, ଆସନ୍ତା ୧୪ ତାରିଖରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଦୁଇଦିନିଆ ଓଡ଼ିଶା ଗସ୍ତ ରହିଛି । ୧୪ ତାରିଖ ଅପରାହ୍ଣରେ ନୂଆଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଭୁବନେଶ୍ୱର ସମେତ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଜୁଲାଇ ୧୫ ତାରିଖ ସନ୍ଧ୍ୟାରେ ନୂଆଦିଲ୍ଲୀ ଫେରିଯିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+