ଆଜିଠୁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆସୁଛନ୍ତି ରାଷ୍ଟ୍ରପତି । ଚଳଚଞ୍ଚଳ ହେଲାଣି ଜନ୍ମ ମାଟି । ମାଟିର ଝିଅକୁ ପାଖରେ ଦେଖିବାକୁ ଜନସାଧାରଣଙ୍କ ଭିତରେ ବଢ଼ିଛି ଉତ୍ସୁକତା । ଆଜିଠୁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ପୂର୍ବରୁ ଗତକାଲି କାରକେଡ୍ ରିହରସେଲ କରାଯାଇଛି ।
କଟକ ଆଇନ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, SCB ମେଡିକାଲ କଲେଜ୍ ହସ୍ପିଟାଲର ବାର୍ଷିକ ଉତ୍ସବ ସମେତ ଓଡ଼ିଶା ହାଇକୋର୍ଟ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ । ଆଗମନ ପୂର୍ବରୁ ତାଙ୍କୁ ଭବ୍ୟ ସ୍ୱାଗତ କରିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବ୍ଲୁ ବୁକ୍ ଅନୁଯାୟୀ କରାଯାଇଛି ସୁରକ୍ଷା ବ୍ୟବସ୍ଥା । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ କଟକ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ତେଣୁ ତାଙ୍କର ଚିକିଏ ଝଲକ ପାଇବା ପାଇଁ ଉତ୍ସାହିତ କଟକବାସୀ ।

ଆଜି ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରୀଯାପନ କରିବେ । ଏହା ପରେ ୨୬ ତାରିଖ ପୂର୍ବାହ୍ନ ୮:୨୦ ମିନିଟରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଯାତ୍ରା କରିବେ ।
କଟକ ନରାଜ ହେଲିପ୍ୟାଡରେ ୮:୫୫ ରେ ଅବତରଣ କରି ସଡ଼କ ମାର୍ଗରେ ଯାଇ ପ୍ରଥମେ କଟକ ଚଣ୍ଡୀଙ୍କ ଦର୍ଶନ କରିବେ । ଏହା ପରେ ମଧୁବାବୁଙ୍କ ବାସସ୍ଥାନ ପରିଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରିବେ । ପରେ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟକୁ ଯିବେ । ଏହାପରେ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଓଡିଶା ହାଇକୋର୍ଟର ୭୫ ତମ ପ୍ରତିଷ୍ଠା ସମାରୋହର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତୀଥି ଭାବେ ଯୋଗ ଦେବେ । ପରେ ନୂଆକରି ପ୍ରତିଷ୍ଠା ହୋଇ ଥିବା ନ୍ୟାୟିକ ମ୍ୟୁଜିୟମ ପରିଦର୍ଶନ କରିବେ ।
ଏହା ପରେ ରାଷ୍ଟ୍ରପତି ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ । ଏହାପରେ କଟକ ଏସସିବିର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।
ଏହା ପରେ ୨୭ ତାରିଖରେ ଭୁବନେଶ୍ୱର ତମାଣ୍ଡୋ ଦାସବାଟିଆରେ ପ୍ରଜାପିତା ବ୍ରହ୍ମକୁମାରୀର ଡିଭାଇନ ଲାଇଟ ହାଉସର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ବାଲିଆପଡ଼ାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ ।
ତିନି ଦିନର ଗସ୍ତ ସାରି ୨୭ ତାରିଖ ଅପରାହ୍ଣରେ ରାଜଭବନ ଛାଡ଼ି ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ମହାମହିମ । ଯେମିତି କୌଣସି ପରିସ୍ଥିତିରେ ସେଭଳି ସମସ୍ୟା ନହୁଏ, ସେ ଦିଗକୁ ଗୁରୁତ୍ୱ ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications