ପ୍ରଭୁ ଶ୍ରୀ ନୀଳମାଧବଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ବିଶ୍ଵାବସୁ ସମାଜ ଫାଉଣ୍ଡେସନ ପ୍ରତିଷ୍ଠା ଦିବସରେ ଦେବେ ଯୋଗ
ପ୍ରଭୁ ଶ୍ରୀ ନୀଳମାଧବଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରେ ବିଶ୍ଵାବସୁ ସମାଜ ଫାଉଣ୍ଡେସନ ପ୍ରତିଷ୍ଠା ଦିବସରେ ଯୋଗ ଦେବେ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ନିର୍ଦ୍ଧାରିତ ସମୟରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ପରେ ସେଠାରୁ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ନୟାଗଡ଼ ଜିଲା କଣ୍ଟିଲୋରେ ପହଞ୍ଚିଛନ୍ତି। ନୀଳମାଧବଙ୍କୁ ଦର୍ଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ରାଯାଇଛି ।

ପରେ ନୟାଗଡ଼ କାଳିଆପଲ୍ଲୀରେ ବିଶ୍ବାବସୁ ସମ୍ପ୍ରଦାୟ ପକ୍ଷରୁ ହେଉଥିବା ମହାଯଜ୍ଞରେ ଯୋଗ ଦେବେ। ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ରାଜଭବନ ଅଭିମୁଖେ ଯିବେ। ସେଠାରେ ସେ ରାତ୍ରିଯାପନ କରିବେ।
ମଙ୍ଗଳବାର ସକାଳ ୯ଟାରେ ରାଷ୍ଟ୍ରପତି ଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ସୁରକ୍ଷା ଦୃଷ୍ଟିରୁ 30 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ । ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ନୟାଗଡ ଜିଲ୍ଲାପାଳ, ନୟାଗଡ SP, ADG, କେନ୍ଦ୍ରାଞ୍ଚଳ IG, ଖଣ୍ଡପଡା ବିଧାୟକ ପ୍ରମୁଖ ଉପସ୍ଥିତ ରହି ମହାମହିମଙ୍କ ଗସ୍ତର ପ୍ରସ୍ତୁତ ଉପରେ ଯାଞ୍ଚ କରିଥିଲେ ।












Click it and Unblock the Notifications