ପଣ୍ତିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ରାଷ୍ଟ୍ରପତି
ରାଇରଙ୍ଗପୁର:ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ଆଜି ସକାଳୁ ମ୍ୟାଡମ୍ ପ୍ରେସିଡେଣ୍ଟ ପ୍ରଥମେ ରାଇରଙ୍ଗପୁର ମହୁଲଡିହା ଗାଁରେ ଥିବା ଶିବମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ଏହାପରେ ଲଘୁନାଥ ମନ୍ଦିର ପରିଦର୍ଶନ କରିଲେ ମହାମହିମ । ପରେ ପଣ୍ତିତ ରଘୁନାଥ ମନ୍ଦର ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ତାଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ଉପସ୍ଥିତ ଅଛନ୍ତି ।
ଅନ୍ୟପଟେ ଆଜି ରାଷ୍ଟ୍ରପତି ଜଳଖିଆରେ ବ୍ରହ୍ମକୁମାରୀ କେନ୍ଦ୍ରରୁ ଆସିଥିବା ଖାଦ୍ୟ ଖାଇଛନ୍ତି । ମଣ୍ତା ପିଠା, ଛେନା ଗଜା, ଚିତଉ ପିଠା, ପୋଡ ପିଠା ଆଦି ମହାମହିମଙ୍କୁ ପରଷା ଯାଇଛି । ସେହିପରି ହଳଦୀ କ୍ଷୀର ଏବଂ ଗ୍ରୀନ୍ ଟି ଆଦି ସେବନ କରିଥିବା ନେଇ ସୂଚନା ରହିଛି । ଦିନ ପ୍ରାୟ ୧୨ଟାରେ ଶିମିଳିପାଳରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରେ ପାଖାପାଖି ୨ ଘଣ୍ଟା ୩୦ ମିନିଟ୍ ସମୟ ବିତାଇବେ ।

ତେବେ ଗୁରୁବାର ଦିନ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିଥିଲେ ମହାମହିମ । କୁଲେଇକୁଣ୍ତାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ରାଇରଙ୍ଗପୁର ନିକଟ ହେଲିପ୍ୟାଡରେ ପହଞ୍ଚିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଖଣି ପ୍ରଫୁଲ୍ଲ ମଲ୍ଲିକଙ୍କ ସମେତ ଅନେକ ସ୍ଥାନୀୟ ନେତା ଓ ବ୍ୟକ୍ତିବିଶେଷ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ।












Click it and Unblock the Notifications