ବଡଗଡ ଧନୁଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ ଧନୁଯାତ୍ରାକୁ ସ୍ବାଗତ କରିବା ପାଇଁ ଅପରାହ୍ନ ୨ଟାରେ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିବ। ମହୋତ୍ସବକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ ମିଡ଼ିଆ ଆକାଉଣ୍ଟ 'X' ରେ ଶୁଭେଚ୍ଛା ଜଣାଇଛନ୍ତି।

ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି କହିଛନ୍ତି, 'ବରଗଡ଼ର ସୁପ୍ରସିଦ୍ଧ ଧନୁଯାତ୍ରାର ଶୁଭ ଅବସରରେ ମୁଁ ଦେଶବାସୀଙ୍କୁ, ବିଶେଷକରି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ବିଶାଳ ମୁକ୍ତାକାଶ ରଙ୍ଗମଞ୍ଚର ଅନନ୍ୟ ପରମ୍ପରା ଏହି ମହୋତ୍ସବକୁ ଦେଶବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି । ମୁଁ ଆଶା କରୁଛି, ପୌରାଣିକ କଥାବସ୍ତୁର ଜୀବନ୍ତ ଉପସ୍ଥାପନା ମାଧ୍ୟମରେ ସମାଜରେ ଆଧ୍ୟାତ୍ମିକ ଚେତନା ଓ ସାଂସ୍କୃତିକ ଗୌରବ ଆହୁରି ପରିପୁଷ୍ଟ ହେବ। ମୁଁ ଏହି ବର୍ଣ୍ଣାଢ୍ୟ ଯାତ୍ରାର ସଫଳ ଆୟୋଜନ ନିମନ୍ତେ ଶୁଭେଛା ଜଣାଉଛି।












Click it and Unblock the Notifications