Get Updates
Get notified of breaking news, exclusive insights, and must-see stories!

ଓଡିଶାରେ ରାଷ୍ଟ୍ରପତି: ନିଜେ ପଢ଼ିଥିବା ସ୍କୁଲ ବୁଲିଲେ, ସହପାଠିନୀଙ୍କୁ ଭେଟି ଭାବବିହ୍ଵଳ ହୋଇ ପଡିଲେ

ଓଡ଼ିଶାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଦ୍ୱିତୀୟ ଦିନ । ଆଜି ରାଜଧାନୀର ଦୁଇଟି ବିଦ୍ୟାଳୟରେ କିଛି ସମୟ ବିତାଇଛନ୍ତି ରାଷ୍ଟ୍ରପତି। ପ୍ରଥମେ ସେ ଖଣ୍ଡଗିରି ସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରିଥିଲେ।

ଭୁବନେଶ୍ୱର: ଓଡ଼ିଶାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଦ୍ୱିତୀୟ ଦିନ । ଆଜି ରାଜଧାନୀର ଦୁଇଟି ବିଦ୍ୟାଳୟରେ କିଛି ସମୟ ବିତାଇଛନ୍ତି ରାଷ୍ଟ୍ରପତି। ପ୍ରଥମେ ସେ ଖଣ୍ଡଗିରି ସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରିଥିଲେ। ସେଠାରେ ପ୍ରାୟ ୧୫ ମିନିଟ୍ ଧରି ରହିବା ପରେ ସେଠାରେ ଥିବା ଏକ ହଲରେ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ଛାତ୍ରଛାତ୍ରୀ ହାତ ତିଆରି ଏକ ପେଣ୍ଟିଂକୁ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି ।

President Draupadi Murmu

ଏହାପରେ ଭୁବନେଶ୍ୱର ୟୁନିଟ୍‌ -୨ ବାଳିକା ଉଚ୍ଚବିଦ୍ୟାଳୟରେ ସ୍ମୃତି ସାଉଁଟିଛନ୍ତି। ସ୍କୁଲରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଫୁଲ ତୋଡ଼ା ଦେଇ ଭବ୍ୟ ସ୍ୱାଗତ କରାଯାଇଥିଲା। ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଦ୍ରୌପଦୀ ମୁର୍ମୁ। ସେଠାରେ ନିଜ ସହପାଠୀଙ୍କୁ ଭେଟିଥିଲେ। ଦୀର୍ଘ ବର୍ଷ ପରେ ନିଜ ସାଙ୍ଗମାନଙ୍କ ସହ ସାକ୍ଷାତ ହେଇଥିବାରୁ ସେମାନଙ୍କୁ ଦେଖି ଭାବବିହ୍ଵଳ ହୋଇପଡିଥିଲେ। ହାଇସ୍କୁଲ ପରିସରରେ ଗଛ ଲଗାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୧୯୭୦ରୁ ୧୯୭୪ ପର୍ଯ୍ୟନ୍ତ ରାଷ୍ଟ୍ରପତି ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଷ୍ଟମରୁ ଏକାଦଶ ପର୍ଯ୍ୟନ୍ତ ଶିକ୍ଷାଗ୍ରହଣ କରିଥିଲେ । ଏହି ସମୟରେ ସେ କୁନ୍ତଳା କୁମାରୀ ସାବତ ହଷ୍ଟେଲରେ ରହିଥିଲେ । ହଷ୍ଟେଲରେ ସେ ରହୁଥିବା ବିର୍ସାମୁଣ୍ଡା ଓ ତୁଳସୀ ମୁଣ୍ଡା ବ୍ଲକକୁ ମଧ୍ୟ ଯାଇଥିଲେ । ସେଠାରେ ନିଜ ଖଟ ଉପରେ କିଛି ସମୟ ବସିଥିଲେ।

ଏହାପରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗଦେଇ ବିଭିନ୍ନ ଉପକ୍ରମର ଶୁଭାରମ୍ଭ କରିବେ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ମାନ୍ୟବର ରାଷ୍ଟ୍ରପତି ଓଡ଼ିଆ ଭାଷାରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ୱାରା ପ୍ରସ୍ତୁତ ଇଞ୍ଜିନିୟରିଂ ବହି ସମେତ ଅନେକ ଉପକ୍ରମର ଲୋକାର୍ପଣ କରିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ବ୍ୟତୀତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଯୋଗ ଦେବେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+