କଣ୍ଟିଲୋରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ନୀଳମାଧବଙ୍କ ଦର୍ଶନ କରିବେ
କଣ୍ଟିଲୋରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଉ କିଛି ସମୟ ପରେ ନୀଳମାଧବଙ୍କ ଦର୍ଶନ କରିବେ।
ଏହା ସହ କାଳିଆପଲ୍ଲୀରେ ଭାରତୀୟ ବିଶ୍ବାବସୁ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସରେ ଯୋଗ ଦେବେ ।

ନୀଳମାଧଵଙ୍କ ମନ୍ଦିର ପାହାଡ଼ ଉପରେ ଥିବାରୁ ଗୋଟେ ଅତ୍ୟାଧୁନିକ ଲିଫ୍ଟର ସୁବିଧା କରାଯାଇଥିଲା । ଯାହାର ଆଜି ଟ୍ରାଏଲ ରନ ସରିଛି ଏବଂ ସମସ୍ତ ଉପରିସ୍ଥ ଅଧିକାରୀ ରହି ଏହି ଟ୍ରାଏଲ ରନକୁ ସମ୍ପୂର୍ଣ୍ଣ ଭାବରେ ତଦାରଖ କରିଥିଲେ l ଏହି ଲିଫ୍ଟ ଓଡ଼ିଶାରେ ଦ୍ବିତୀୟ ଏହା 60ଫୁଟ ଉଚ୍ଚ ବିଶିଷ୍ଟ ରହିଛି l ଯେଉଁଥିରେ ମହାମହିମ ମନ୍ଦିରକୁ ଯିବେ ଏବଂ ଦର୍ଶନ କରିବେ । ଏହି ଲିଫ୍ଟ ଆଗାମୀ ଦିନରେ ବହୁତ ସାହାଯ୍ୟ ହେବ ବୋଲି ସେବାୟତ କହିଛନ୍ତି ।
ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କହିଛନ୍ତି, 'ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଣ୍ଟିଲୋ ନୀଳମାଧବ ମନ୍ଦିର ଦର୍ଶନ ପାଇଁ ଆସୁଛନ୍ତି । କାଳିଆପଲ୍ଲୀରେ ଭାରତୀୟ ବିଶ୍ବାବସୁ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସରେ ସାମିଲ ହେବେ ।
ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି । ଲିଫ୍ଟର ଟେଷ୍ଟିଂ ଦୁଇ ଦିନ ତଳେ ହୋଇଥିଲା । ରାଷ୍ଟ୍ରପତି କେଉଁ ମାର୍ଗକୁ ଯିବେ । ମୁଁ ଏବଂ ପୋଲିସ ପ୍ରଶାସନ ମିଶିକି ତଦାରକ କରିଛୁ । ଲିଫ୍ଟରେ ଯିବାଆସିବା କରିବେ । ଏହାପରେ କାଳିଆପଲ୍ଲୀ ଯିବେ । ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ୩ରୁ ୪ହଜାର ଲୋକ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ସଭାକୁ ସମ୍ବୋଧନ କରିବେ । ଏହାପରେ ଫେରିଯିବେ ।
ଶବରରାଜା ବିଶ୍ୱାବସୁଙ୍କ ଗାଁ କାଳିଆପଲ୍ଲୀ ନଜର ପକାନ୍ତୁ ଆଜିର କାର୍ଯ୍ୟକ୍ରମ ଉପରେ :
ସ୍ୱତନ୍ତ୍ର ବିମାନ ଯୋଗେ ଦିନ ୨ଟା ସମୟରେ କଣ୍ଟିଲୋରେ ପହଞ୍ଚିବେ
ସେଠାରୁ PWD ଡାକ ବଙ୍ଗଳାକୁ ଯିବେ
ଦିନ ୩ଟା ୧୫ରେ କଣ୍ଟିଲୋ ନୀଳମାଧଵ ମନ୍ଦିରକୁ ଗସ୍ତ କରିବେ
ସେଠାରେ ନୀଳମାଧବଙ୍କୁ ଦର୍ଶନ କରି ଆଶିଷ ନେବେ
ଏହା ପରେ ଶବରରାଜା ବିଶ୍ୱାବସୁଙ୍କ ଗାଁ କାଳିଆପଲ୍ଲୀ ଯିବେ
ଶବର ସମାଜର ଯଜ୍ଞରେ ଆହୂତି ଦେବେ
ଶବରରାଜା ବିଶ୍ୱାବସୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ
ବିଶ୍ୱାବସୁଙ୍କ ତପସ୍ୟା ସ୍ଥଳକୁ ଯିବେ
ଏହାପରେ ଫେରିଯିବେ ଭୁବନେଶ୍ବର












Click it and Unblock the Notifications