ପ୍ରାୟ ୨ ଲକ୍ଷ ଟଙ୍କାର ହାତ ତିଆରି ଶାଢ଼ୀ କିଣିଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ । ଓଡ଼ିଶା ଶାଢ଼ୀ ପିନ୍ଧିବାକୁ ପସନ୍ଦ କରୁଥିବା ରାଷ୍ଟ୍ରପତି ମୁର୍ମୁ ଗତକାଲି ଚତୁର୍ଭୁଜ ମେହେରଙ୍କ ବୁଣାକାରଙ୍କ ହାତ ତିଆରି ଶାଢ଼ୀ କିଣିଛନ୍ତି । କୋରାପୁଟ, ବୋମକାଈ, ସମ୍ବଲପୁରୀ, ଇକତ, ପଶାପଲି ଏବଂ ପଟ୍ଟଚିତ୍ର ଆଦି ବିଭିନ୍ନ ପ୍ରକାରର ୩୫ ଘଖ୍ତ ଶାଢୀ କଣିଛନ୍ତି ରାଷ୍ଟ୍ରପତି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ବୋଲି ସୂଚନା ରହିଛି ।

 droupadi murmu

ତେବେ ଶାଢ଼ୀ ସହ ସମ୍ବଲପୁରୀ ସୁଟ୍ ମଧ୍ୟ ସେ ନିଜ ଝିଅଙ୍କ ପାଇଁ କିଣିଛନ୍ତି । ରାଷ୍ଟ୍ରପତି କାର୍ଯ୍ୟାଳୟରୁ ମେହେରସ ଶାଢୀ ସୋ'ରୁମକୁ କଲ୍ ଆସିବା ପରେ ୩୫ ଖଣ୍ତ ଶାଢୀ ନେଇ ରାଜଭବନ ଯାଇଥିଲେ ସୋ'ରୁମ ମ୍ୟାନେଜର । ରାଜଭବନରେ ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ଶାଢୀ କିଣା କାର୍ଯ୍ୟା ଚାଲିଥିଲା । ଆପଣଙ୍କୁ ଜାଣଇବା ପାଇଁ ଚାହିଁବୁ ଯେ, ରାଷ୍ଟ୍ରପତି ହେବା ପୂର୍ବରୁ ମଧ୍ୟ ଶ୍ରୀମତି ମୁର୍ମୁ ପ୍ରାୟତଃ ମେହେରସରୁ ନିଜ ପାଇଁ ଶାଢୀ କିଣିଥାନ୍ତି ।

ଓଡ଼ିଶା ଗସ୍ତର ତୃତୀୟ ତଥା ଶେଷ ଦିନରେ ରାଜଭବନରୁ ବାହାରି ତମାଣ୍ଡୋ ସ୍ଥିତ ବ୍ରହ୍ମାକୁମାରୀ କେନ୍ଦ୍ରରେ ପହଞ୍ଚି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଷ୍ଟ୍ରପତି । ଲାଇଟ୍ ହାଉସ୍ କଂପ୍ଲେକ୍ସର ଶିଳାନ୍ୟାସ କଲେ ରାଷ୍ଟ୍ରପତି ମୁର୍ମୁ । ଏହାପୂର୍ବରୁ ରାଜଭବନରେ ଆଦିମ ଜନଜାତି ସମୁଦାୟ ସଦସ୍ୟଙ୍କ ସହ ମତ ବିନିମୟ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+