ପ୍ରେରଣା ସମ୍ମାନ 2022: ସଫଳ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସମ୍ମାନିତ
ପ୍ରେରଣା ସମ୍ମାନ ୨୦୨୨ ମାଟ୍ରିକ୍ ପରୀକ୍ଷାରେ ଦିବ୍ୟାଙ୍ଗ ପିଲାମାନଙ୍କର ସଫଳତାକୁ ପାଳନ କରିବା ପାଇଁ ଗୁରୁବାର ସକାଳ ୧୧.୦୦ ଘଟିକା ସମୟରେ ରେ ଅଷ୍ଟମ ପ୍ରେରଣା ସମାରୋହ ଭୁବନେଶ୍ବରର ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଥିଲା ।
ଭୁବନେଶ୍ବର: ପ୍ରେରଣା ସମ୍ମାନ ୨୦୨୨ ମାଟ୍ରିକ୍ ପରୀକ୍ଷାରେ ଦିବ୍ୟାଙ୍ଗ ପିଲାମାନଙ୍କର ସଫଳତାକୁ ପାଳନ କରିବା ପାଇଁ ଗୁରୁବାର ଦିନ ସକାଳ ୧୧.୦୦ ଘଟିକା ସମୟରେ ରେ ଅଷ୍ଟମ ପ୍ରେରଣା ସମାରୋହ ଭୁବନେଶ୍ବରର ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ୨୦୧୪ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରେରଣା ସମ୍ମାନ , ଓଡ଼ିଶାର ସମସ୍ତ ଜିଲ୍ଲାର ଦଶମ ଏବଂ ଦ୍ବାଦଶ ପରୀକ୍ଷାରେ ସଫଳତା ପାଇଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରାଯାଇଥାଏ ।


ଅନୁପମ ସାହା ଦିବ୍ୟାଙ୍ଗ ଶିଶୁ ମାନଙ୍କ ଶିକ୍ଷା ପାଇଁ ଓଡ଼ିଶା ସରକାରଙ୍କ ପଦକ୍ଷେପ ଉପରେ କହିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ଶିକ୍ଷାଦାନ ଏବଂ ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଁ ଆୟୋଜିତ ହୋଇଥିବା ପରାମର୍ଶ ବିଷୟରେ ସେ କହିଥିଲେ । ପଲି ପଟ୍ଟନାୟକ ଆକାଂକ୍ଷା ଏବଂ ଉନ୍ନତ ପ୍ରଦର୍ଶନ ବିଷୟରେ କହିଥିଲେ । ସବ୍ୟସାଚୀ ମିଶ୍ର ତାଙ୍କ ଇଞ୍ଜିନିୟରିଂ କ୍ୟାରିୟର ବିଷୟରେ କହିଥିଲେ ଏବଂ ଜୀବନରେ ପରିଶ୍ରମ କରି କିପରି ଉଚ୍ଚ ଆକାଶର ତାରାମାନଙ୍କ ନିକଟରେ ପହଞ୍ଚିବା ସମସ୍ତଙ୍କୁ ପ୍ରେରଣା ଦେଇଥିଲେ । ପଦ୍ମା ମହାନ୍ତି ଜୀବନରେ ସଫଳତା ପାଇବାର ମନ୍ତ୍ର , ଜୀବନର ଗତିପଥ କିପରି ହେବା ଉଚିତ୍ ବକ୍ତବ୍ୟ ରଖୁବା ସହିତ ଉପସ୍ଥିତ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ଏବଂ ଅନେକ ଉଦାହରଣ ଦେଇଥିଲେ । ମିହିର ମହାନ୍ତି ସ୍ବାଭିମାନର ଅନ୍ତର୍ଭୁକ୍ତ ଶିକ୍ଷା ଅଭ୍ୟାସ ଏବଂ ପ୍ରକଳ୍ପଗୁଡ଼ିକର ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଡ.ଶୃତି ମହାପାତ୍ର ସମସ୍ତ ଛାତ୍ରଛାତ୍ରୀଙ୍କୁ ବଡ଼ ସ୍ଵପ୍ନ ଦେଖିବା , ଉଚ୍ଚ ଆକାଂକ୍ଷା ରଖୁବା , କଠିନ ପରିଶ୍ରମ ଏବଂ କଦାପି ବଞ୍ଚିବାର ଆଶା କୁ କ୍ଷୀଣ ନକରି ସଂଘର୍ଷ ଜାରି ରଖୁବା ପାଇଁ କହିଥିଲେ ।












Click it and Unblock the Notifications