ଭଦ୍ରକ ଜିଲ୍ଲାରେ ବାତ୍ୟା ଦାନାକୁ ନେଇ ପ୍ରସ୍ତୁତି ; ପରିସ୍ଥିତି ଦେଖି ନିଆ ଯିବ ଆକ୍ସନ, ଜିଲ୍ଲାପାଳ

ସମ୍ଭାବ୍ୟ ବାତ୍ୟା ନେଇ ତତ୍ପର ପ୍ରଶାସନ। ଭଦ୍ରକ ଜିଲ୍ଲାରେ ଥିବା ୧୦୫ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି । ଏପିରିକି ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତର କରାଗଲେ ଏଠାରେ ଥଇଥାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Cyclone Dana

ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି ଯେ, ପଞ୍ଚାୟତ ଗୁଡ଼ିକରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରୁ ସମୁଦ୍ରକୁ ଯାଇଥିବା ୯୧୧ଟି ମାଛ ଧରା ବୋଟ ଗୁଡ଼ିକ ଫେରିଆସିଛନ୍ତି । ତେବେ NDRF ଓ ODRAF ଟିମ୍‌ ମୃତୟନ ନେଇ ରାଜ୍ୟ ସରକାର ନିଷ୍ପତି ନେବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାପରେ ଏହା ସଂଧ୍ୟା ସୁଦ୍ଧା ଗଭୀର ଅବପାତର ରୂପ ନେବ । ବୁଧବାର ସୁଦ୍ଧା ଗଭୀର ଅବପାତ ବାତ୍ୟାର ରୂପ ନେବ । ଆଉ ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବ । ପୁରୀରୁ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଯାହାର ପ୍ରଭାବର ୨୩ରୁ ୨୬ ଯାଏଁ ବର୍ଷା ନେଇ ନେଇ ଅନୁମାନ କରାଯାଇଛି । ୧୮ ଜିଲ୍ଲାରୁ ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର । ଏପିରିକି ଏହି ୧୮ ଜିଲ୍ଲାର ସ୍କୁଲକୁ ମଧ୍ୟ ବନ୍ଦ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+