Get Updates
Get notified of breaking news, exclusive insights, and must-see stories!

ରଥଯାତ୍ରାରେ ବିଶୃଙ୍ଖଳା ସଜାଡ଼ିବା ପାଇଁ ଏବେ ଠାରୁ ପ୍ରସ୍ତୁତି; ଜରୁରୀ ବୈଠକ ଡାକିଲେ ମୁଖ୍ୟ ଶାସନ ସଚିବ 

ଜୁଲାଇରେ ସରିଲା ରଥଯାତ୍ରା। ଆସନ୍ତାବର୍ଷ ରଥଯାତ୍ରା ପାଇଁ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ । ୧୯ ତାରିଖ ସନ୍ଧ୍ୟା ୬ଟାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।

ପୁଲିସ ପ୍ରଶାସନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ବିଭିନ୍ନ ବିଭାଗର ସଚିବ ବୈଠକରେ ସାମିଲ ହେବେ । ଆସନ୍ତାବର୍ଷ ରଥଯାତ୍ରା କିଭଳି ଶୃଙ୍ଖଳିତ ଢଙ୍ଗରେ ସୁରୁଖୁରୁରେ କରାଯିବ, ସେନେଇ ବିସ୍ତୃତ ଭାବେ ଆଲୋଚନା କରାଯିବ। ଅନ୍ୟପଟେ ପରିଚାଳନା କମିଟି ବିନା ଯାତ୍ରା ଆୟୋଜନ ଯୋଗୁଁ ସମସ୍ୟା ହେଉଥିବା ଅଭିଯୋଗ ହୋଇଆସୁଛି । ତେଣୁ ଆସନ୍ତା ଏକ ସପ୍ତାହ ଭିତରେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ କରାଯିବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ।

Chief Secretary calls an emergency meeting

୨୦୨୫ ରଥଯାତ୍ରାରେ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ଶତାଧିକ ଆହତ, ରଥଟଣାରେ ଅହେତୁକ ବିଳମ୍ୱ ଘଟଣାକୁ ନେଇ ବଦନାମ ହୋଇଥିଲେ ସରକାର । ଶରଧାବାଲି ଅଘଟଣରେ ପ୍ରାଶାସନିକ ବିଫଳତା, କାହିଁକି ଫେଲ୍ ମାରିଲେ ସରକାର ତାହାର ତଦନ୍ତ କରି ରିପୋର୍ଟ ଦେଇଛି ଉନ୍ନୟନ କମିସନର ଅନୁ ଗର୍ଗଙ୍କ ନେତୃତ୍ବରେ ହୋଇଥିବା କମିଟି । ଏବେ କମିଟିର ରିପୋର୍ଟ ଓ ପୂର୍ବରୁ ରଥଯାତ୍ରା ପରିଚାଳନା ପାଇଁ ଥିବା ଏସଓପିକୁ ସମୀକ୍ଷା କରି ନୂଆ ଗାଇଡଲାଇନ ପ୍ରସ୍ତୁତ କରିବାକୁ ଯୋଜନା ହୋଇଛି ।

୨୦୨୬ ରଥଯାତ୍ରା ପାଇଁ ଏବେଠୁ ସରକାର ପ୍ରସ୍ତୁତି ଆରମ୍ଭ କରିବା ସହ ମହାପ୍ରଭୁଙ୍କ ପ୍ରଚାର ପ୍ରସାର ଓ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ବ୍ୟବସ୍ଥା ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+