ରଥଯାତ୍ରା ପ୍ରସ୍ତୁତି: ପୁରୀ ପୋଲିସ ପ୍ରଶାସନ ସହ ହୋଟେଲ ଆସୋସିଏସନର ବୈଠକ

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀ ପୋଲିସ ପ୍ରଶାସନର ଜୋରଦାର ପ୍ରସ୍ତୁତି । ସୋମବାର ଏସପିଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ହୋଟେଲ ଆସୋସିଏସନ୍ ସହ ବୈଠକ କରିଛନ୍ତି ଏସପି ।

ପୁରୀ: ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀ ପୋଲିସ ପ୍ରଶାସନର ଜୋରଦାର ପ୍ରସ୍ତୁତି । ସୋମବାର ଏସପିଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ହୋଟେଲ ଆସୋସିଏସନ୍ ସହ ବୈଠକ କରିଛନ୍ତି ଏସପି । ପର୍ଯ୍ୟଟକଙ୍କ ସୁରକ୍ଷା ଓ କୌଣସି ପ୍ରକାର ଅଭିଯୋଗ ପାଇଁ ପୁରୀ ପୋଲିସ ପକ୍ଷରୁ ଟୋଲ ଫ୍ରି ନମ୍ବର 6370967100 ଜାରି କରାଯାଇଛି । ସେହିପରି ସମସ୍ତ ହୋଟେଲ ୭ ଦିନିଆ ସିସିଟିଭି ରେକର୍ଡ ନିକଟସ୍ଥ ଥାନାକୁ ଦେବା ପାଇଁ ବୈଠକରେ ଆଲୋଚନା ହୋଇଛି । ବୈଠକରେ ପୁରୀ ସହରରେ ଥିବା ବିଭିନ୍ନ ହୋଟେଲ ମାଲିକ ଯୋଗଦେଇଥିଲେ ।

Ratha Yatra 2022

ହୋଟେଲରେ ରହଣି, ସୁରକ୍ଷା, ହୋଟେଲରେ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା ଲଗାଇବା ନେଇ ଆଲୋଚନା କରାଯାଇଛି । ଥାନାୱାରୀ ହୋଟେଲଗୁଡ଼ିକୁ ନେଇ ଏକ ହ୍ବାଟ୍ସଆପ ଗ୍ରୁପ କରାଯାଇଛି । ରଥଯାତ୍ରା ପୂର୍ବରୁ ଓ ସେହି ସମୟରେ ହୋଟେଲରେ ନିର୍ଦ୍ଧାରିତ ଦର ତାଲିକା ଲଗାଇବା, ଧାର୍ଯ୍ୟ ଦରଠାରୁ ଅଧିକ ହୋଟେଲ ଭଡା ନନେବା, ହୋଟେଲରେ ଅବସ୍ଥାନ କରୁଥିବା ପର୍ଯ୍ୟଟକଙ୍କୁ ଉଚିତ୍ ବ୍ୟବହାର ପ୍ରଦର୍ଶନ, ହୋଟେଲ ଓ ପୋଲିସ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଆଲୋଚନା ହୋଇଛି ।

ପୁରୀ ହୋଟେଲ ଆସୋସିଏସନ୍ ଅଧିନରେ ୨୫୦ ଟି ହୋଟେଲ ଥିବାବେଳେ ପର୍ଯ୍ୟଟନ ବିଭାଗର ତଥ୍ୟ ଅନୁଯାୟୀ ୬୪୪ଟି ହୋଟେଲ ରହିଛି। କିନ୍ତୁ ବାସ୍ତବରେ ପୁରୀ ସହରରେ ଛୋଟ ବଡ଼ ହୋଟେଲ, ହଲିଡେ ହୋମ, ଲଜ୍ ସଂଖ୍ୟା ଏକ ହଜାର ରୁ ଅଧିକ ହେବ । ଆଜି ପ୍ରାୟ ୫୦ ଜଣ ହୋଟେଲ ମାଲିକଙ୍କ ସହ ରଥଯାତ୍ରାର ବିଭିନ୍ନ ଦିଗ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଉଛି ।

Ratha Yatra 2022

ସେପଟେ ସୋମବାର ରଥଖଳା ଆସି ରଥ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଛଅ ଜଣିଆ ବିଶେଷଜ୍ଞ ଟିମ୍। ବିଶ୍ଵକର୍ମା ମହାରଣାଙ୍କ ଦ୍ଵାରା ନିର୍ମାଣ ହୋଇଥିବା ସମସ୍ତ ଚକ ଓ ଅଖ ଗୁଡିକର ଅନୁଧ୍ୟାନ କରିଛନ୍ତି ବିଶେଷଜ୍ଞ ଟିମ୍ ର ଅଧ୍ୟକ୍ଷ ଏନ.ସି.ପାଲ୍।‌ କଞ୍ଚା କାଠ ଓ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଚକରେ ଫାଟ ସୃଷ୍ଟି ହୋଇଥିବା ବେଳେ ଏହାକୁ ନଟବୋଲ୍ଟ ଓ କ୍ଲାମ୍ପ ଫିଟିଙ୍ଗ କରାଯାଇ ମରାମତି କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+