ଧବଳେଶ୍ବର ପୀଠରେ ପଞ୍ଚକ ଓ ବଡ଼ଓଷା ପାଇଁ ପ୍ରସ୍ତୁତି, ୧୫ ପ୍ଲାଟୁନ ପୋଲିସ ଫୋର୍ସ ହେବେ ମୁତୟନ
ଧବଳେଶ୍ବର ପୀଠରେ ପଞ୍ଚକ ଓ ବଡ଼ଓଷା ପାଇଁ ପ୍ରସ୍ତୁତି । ୩ଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା, ୧୪ଟି ସ୍ଥାନରେ ଟ୍ରାଫିକ୍ ପୋଷ୍ଟ। ପୋଲିସର ମକଡ୍ରିଲ୍ ପରେ କଟକ ଗ୍ରାମାଞ୍ଚଳ ଏସ୍ପିଙ୍କ ସୂଚନା। ଦୁଇ ଚକିଆ ଗାଡ଼ି ନୂଆପାଟଣା ଛକରୁ ପାଇକରାପୁର ଷ୍ଟାଣ୍ଡକୁ ଯିବ' । '୪ ଚକିଆ ଗାଡ଼ି ବିଦ୍ୟାଧରପୁର ଓ ଧବଳେଶ୍ୱର ଫାଣ୍ଡି ପଡ଼ିଆରେ ହେବ ପାର୍କିଂ' । NH ୫୫ ଦେଇ ବାଳି ଛକରୁ ସୁନିଆମୁହଁ ରାସ୍ତାରେ ଆସିବ ୪ ଚକିଆ ଗାଡ଼ି' । ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି କହିଛନ୍ତି କଟକ ଗ୍ରାମାଞ୍ଚଳ ଏସ୍ପି । ୨ ଅତିରିକ୍ତ SP, ୮ DSP, ୨୦ IIC ସମେତ ୨୦୦ରୁ ଅଧିକ ପୋଲିସ ନିୟୋଜିତ'। ୩୨ଟି ସ୍ଥାନରେ ସିସିଟିଭି ଲଗାଯିବ ଓଡ୍ରାଫ, ଅଗ୍ନିଶମ ଟିମ୍ ମୁତୟନ ରହିବେ' ।













Click it and Unblock the Notifications