ଦୁଇଟା ଦିନ ପରେ ମହା ଶିବରାତ୍ରୀ: ଜାଣନ୍ତୁ, କେତେବେଳେ ଉଠିବ ଲିଙ୍ଗରାଜଙ୍କ ମହାଦୀପ ?
ମହାଶିବରାତ୍ରିକୁ ନେଇ ଏବେଠୁ ଚଳଚଞ୍ଚଳ ଗାଁ ଠୁ ନଗର। ସେପଟେ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ ଶେଷ । ରାତି ୧୦ଟାରେ ମହାଦୀପ ଉଠାଯିବା ନେଇ ନୀତିନିର୍ଘଣ୍ଟ ଚୁଡାନ୍ତ ହୋଇଛି ।
ଭୁବନେଶ୍ୱର: ମହାଶିବରାତ୍ରିକୁ ନେଇ ଏବେଠୁ ଚଳଚଞ୍ଚଳ ଗାଁ ଠୁ ନଗର। ସେପଟେ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ ଶେଷ । ରାତି ୧୦ଟାରେ ମହାଦୀପ ଉଠାଯିବା ନେଇ ନୀତିନିର୍ଘଣ୍ଟ ଚୁଡାନ୍ତ ହୋଇଛି । ମହାଦୀପ ଉଠିବା ପରେ ରାତି ୧୦ରୁ ୧୧ ସାହାଣମେଲା ଦର୍ଶନ ହେବ ।

ତେବେ ରାତି ୩ଟାରୁ ପ୍ରଭୁଙ୍କର ମଙ୍ଗଳ ଆଳତୀ ଓ ଅବକାଶ ନୀତି କରାଯିବ । ଏହାପରେ ଭୋର ସାଢେ ୩ଟାରୁ ୧୧ଟା ଯାଏଁ ସାହାଣ ମେଲା ଦର୍ଶନ ହେବ । ମଧ୍ୟାହ୍ନ ୧୨ଟାରେ ମହାସ୍ନାନ ହେବ ଏବଂ ଅପରାହ୍ନ ୩.୪୫ରୁ ୪.୪୫ ପର୍ଯ୍ୟନ୍ତ ପୁଣି ଘଣ୍ଟାଏ ଧରି ସାହାଣମେଲା ଦର୍ଶନ ହେବ । ସନ୍ଧ୍ୟା ୭ଟାରେ ଶ୍ରୀଜୀଉଙ୍କ ପହୁଡ ପଡିବ । ସନ୍ଧ୍ୟା ଆଳତୀ, ମାଜଣା ଓ ଯାତ୍ରା ପୂଜା ହେବା ପରେ ରାତି ୧୦ଟାରେ ମହାଦୀପ ଉଠିବ ।
ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପୂର୍ବରୁ ମଙ୍ଗଳବାର ଅନ୍ୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ମହା ଶିବରାତ୍ରିରେ ସର୍ବାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡକୁ ଆଖି ଆଗରେ ରଖି ପ୍ରସ୍ତୁତି କରିଛି କମିସନରେଟ୍ ପୋଲିସ୍ । ପ୍ରସ୍ତୁତି ବୈଠକରେ ପୋଲିସ କମିଶନର, ସେବାୟତ, ଜଟଣୀ ବିଧାୟକ ସୁର ରାଉତରାୟ, ବିଜେପି ନେତା ବାବୁସିଂ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ସମସ୍ତଙ୍କ ସହଯୋଗ ଲୋଡିଥିଲା କମିସନରେଟ୍ ପୋଲିସ ।












Click it and Unblock the Notifications