ବାହୁଡା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ରଥର ଦକ୍ଷିଣ ମୋଡ଼

ଜନ୍ମବେଦୀରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଯାତ୍ରାର ଷଷ୍ଠ ଦିନରେ ରଥର ଦକ୍ଷିଣ ମୋଡ଼ ଅନୁଷ୍ଠିତ ହେବ। ଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗରେ ଥିବା ରଥମାନଙ୍କୁ ନାକଚଣା ଦ୍ବାର ଶରଧାବାଲିକୁ ନିଆଯିବ। ମହାପ୍ରଭୁ ନାକଚଣା ଦ୍ବାର ବାଟେ ପହଣ୍ଡି ହୋଇ ରଥରେ ବିରାଜମାନ କରି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ। ଜନ୍ମବେଦି ଲୀଳା ସାରି ପୁଣି ରତ୍ନବେଦି ଅଭିମୁଖେ ବାହୁଡ଼ିବେ। ଏନେଇ ସ୍ବତନ୍ତ୍ର ନୀତିକାନ୍ତି ସହ ରଥଟଣା ହେବା ପୂର୍ବରୁ ମହାପ୍ରଭୁଙ୍କ ଆଜ୍ଞା ସ୍ବରୂପ ଆଜ୍ଞାମାଳ ଆସି ପହଞ୍ଚିବ।

jagannath rath

ଦକ୍ଷିଣ ମୋଡ଼ ପୂର୍ବରୁ ଭୋଇ ସେବକ, ମହାରଣା ସେବକ, ଓଝା ସେବକ, ରଥ ନିର୍ମାଣ କମିଟି ସଦସ୍ୟ ପ୍ରମୁଖ ତିନି ରଥକୁ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ସମ୍ପନ୍ନ ହେବା ପରେ ତିନିବାଡ଼ରୁ ଆଜ୍ଞାମାଳ ଆସି ତିନି ରଥରେ ଦିଆଯିବ। ପରେ ଦକ୍ଷିଣ ମୋଡ଼ ପ୍ରକ୍ରିୟା ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ପ୍ରଥମେ ସୁଭଦ୍ରାଙ୍କ ଦେବଦଳନ ଏବଂ ଦ୍ୱିତୀୟରେ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ରଖାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+