ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେଲେ ତିନି ରଥ
ଜନ୍ମଦେବୀରୁ ପୁଣି ରତ୍ନବେଦୀକୁ ବାହୁଡି ଯିବେ ଚୁକୁର୍ଦ୍ଧମୂରତୀ । ବାହୁଡ଼ା ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଶରଧାବାଲିରେ ୩ ରଥକୁ ଦକ୍ଷିଣ ମୋଡ଼ କରାଯାଇଛି ।
ପୁରୀ: ଜନ୍ମଦେବୀରୁ ପୁଣି ରତ୍ନବେଦୀକୁ ବାହୁଡି ଯିବେ ଚୁକୁର୍ଦ୍ଧମୂରତୀ । ବାହୁଡ଼ା ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଶରଧାବାଲିରେ ୩ ରଥକୁ ଦକ୍ଷିଣ ମୋଡ଼ କରାଯାଇଛି । ଆସନ୍ତା ୯ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ରଥରେ ବସି ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ।

ଆସନ୍ତା ୮ ତାରିଖ ଦିନ ଶ୍ରୀଜିଉଙ୍କ ସନ୍ଧ୍ୟା ଦର୍ଶନ। ସେଦିନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତାପରେ ଶ୍ରୀଜିଉଙ୍କ ବାହୁଡ଼ା ପହଣ୍ଡି ପାଇଁ ସେନାପଟା ଲାଗି ଓ ଅନ୍ୟାନ୍ୟ ଗୁପ୍ତ ନୀତିକାନ୍ତି ଅନୁଷ୍ଠିତ ହେବ।
ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ା ଯାତ୍ରାରେ ମଧ୍ୟ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କିଭଳି ସଅଳ କରାଯିବ ସେନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଦଇତାପତି ନିଯୋଗ । ସେହିଭଳି ୧୦ ତାରିଖ ଦିନ ସିଂହଦ୍ବାର ସମ୍ମୁଖରେ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ । ସମସ୍ତ ଭକ୍ତ ଯେଭଳି ସୁନ୍ଦର ଭାବେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ ସେନେଇ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ୧୦ ତାରିଖରେ ସୁନାବେଶ ନୀତି ଅପରାହ୍ନ ୨ଟାରୁ ଅରମ୍ଭ କରିବା ନେଇ ମଧ୍ୟ ପ୍ରସ୍ତୁତି ଚାଲିଛି।












Click it and Unblock the Notifications