ଆସନ୍ତାକାଲି ମହାଶିବରାତ୍ରୀ: ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ
ଆସନ୍ତାକାଲି ମହାଶିବରାତ୍ରୀ ବା ଜାଗର । ଯେଉଁଥି ପାଇଁ ଚଳଞ୍ଚଳ ହୋଇ ପଡିଛି ରାଜ୍ୟର ବିଭିନ୍ନ ଶୈବପୀଠ । ଏଥିପାଇଁ ରାଜ୍ୟର ସମସ୍ତ ଶୈବ ପୀଠ ଗୁଡିକରେ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି ।

ଭୁବନେଶ୍ୱର:ଆସନ୍ତାକାଲି ମହାଶିବରାତ୍ରୀ ବା ଜାଗର । ଯେଉଁଥି ପାଇଁ ଚଳଚଞ୍ଚଳ ହୋଇପଡିଛି ରାଜ୍ୟର ବିଭିନ୍ନ ଶୈବପୀଠ । ଏଥିପାଇଁ ରାଜ୍ୟର ସମସ୍ତ ଶୈବ ପୀଠ ଗୁଡିକରେ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । ମନ୍ଦିର ସେଫେଇ କାର୍ଯ୍ୟଠୁ ଆରମ୍ଭ କରି ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଆଖପାଖ ସ୍ଥାନକୁ ସାଜାଇବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଫ୍ଲୋରିଷ୍ଟ୍ ଆସୋସିଏସନ୍ ପକ୍ଷରୁ ସିଂହଦ୍ୱାରକୁ ସାଜାଯାଇଛି । ମନ୍ଦିର ଗର୍ଭଗୃହକୁ ରଙ୍ଗ କରାଯିବା ସହ ସୁନ୍ଦର ଚାନ୍ଦୁଆରେ ସଜାଯାଇଛି । ସେହିପରି ଏସଏସଆଇ ପକ୍ଷରୁ ବାଇଶି ପାହାଚ ନିକଟରୁ ସିଂହ ଦ୍ୱାରା ଯାଏଁ ବ୍ୟାରିକେଟ୍ ବନ୍ଧାଯାଇଛି । ଖରାରୁ ବଞ୍ଚିବା ପାଇଁ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ପାଇଁ ଛାମୁଣ୍ତିଆ ବନ୍ଧାଯାଇଛି ।
ଚଳିତ ବର୍ଷ ଅଧିକ ଲାଇଟ୍ ଲଗାଯିବାର ଯୋଜନା କରାଯାଇଛି, ମନ୍ଦିର ନିକଟରୁ ଦେବୀ ପାଦହରା ପୁସଷ୍କରଣୀରେ ଅଧିକ ଲାଇଟ୍ ଲଗାଯାଇଛି । ପୁଷ୍କରଣୀ ଚାରିପଟେ ମଧ୍ୟ ଆଲୋକ ମାଳାରେ ସଜାଯିବ । ଶ୍ରୀଲିଙ୍ଗରାଜଙ୍କ ମେଘନାଦ ପାଚେରି ଉପରେ ରଙ୍ଗିନ୍ ଲାଇଟ ଲଗାଯାଇଛି ।
ସୂଚନା ଅନୁସାରେ, ଭୁବନେଶ୍ୱରର ଏକାମ୍ର ଶୈବ କ୍ଷେତ୍ର ଶ୍ରୀଲିଙ୍ଗରାଜ ନୀତି ଚୂଡାନ୍ତ ହୋଇସାରିଛି । ସୂଚନା ଅନୁସାରେ,ଏଥର ରାତି ୧୦ ଟାରେ ଉଠିବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ମହାଦୀପ । ଚଳିତ ଥର ଭୋର୍ ୩ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ଶ୍ରୀଲିଙ୍ଗରାଜଙ୍କର ନୀତିକାନ୍ତି ଆରମ୍ଭ କରାଯିବ । ପରେ ଭୋର୍ ୪ଟା ୫ ମଧ୍ୟରେ ସେବାୟତଙ୍କ ପରିବାର ଉତ୍ତର ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରି ଦର୍ଶନ କରିବେ । ପରେ ଶ୍ରଦ୍ଧାଳୁମାନେ ମଧ୍ୟ ଏହି ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ।
ଅନ୍ୟପକ୍ଷରେ, ପୁରୀ ଲୋକନାଥଙ୍କ ପୀଠରେ ମହାଶିବରାତ୍ରୀର ଦିନକ ପୂର୍ବରୁ ଅର୍ଥାତ୍ ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ ଜଳିଲା ୮ ଫୁଟ୍ ଲମ୍ବ ଏବଂ ୬ ଫୁଟ୍ ଓସାରର ବିଶାଳ ଦୀପ । ଶ୍ରୀଲୋକନାଥ ପୀଠ ପାର୍ବତୀ ସାଗର ନିକଟରେ ଏହି ଦୀପକୁ ପ୍ରଜ୍ୱଳନ କରାଯାଇଛି । ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସ, ଉପଜିଲ୍ଲାପାଳ ଭବତରଣ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications